Home Top News କେନ୍ଦ୍ର ବଜେଟ – ୨୦୨୧: ଦେଶର ଯୁବ ବର୍ଗଙ୍କ ସ୍ୱପ୍ନକୁ ପୁରଣ କରିବା ଦିଗରେ ଏହି...

କେନ୍ଦ୍ର ବଜେଟ – ୨୦୨୧: ଦେଶର ଯୁବ ବର୍ଗଙ୍କ ସ୍ୱପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ: ସମୀର ମହାନ୍ତି

47

ବଜେଟରେ ଚାଷୀମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି
ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରରେ ପ୍ରେରଣା ପାଇ ଏହି ବଜେଟ ପ୍ରସ୍ତୁତ ହୋଇଛି
ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ

ଭୁବନେଶ୍ୱର, ୦୧/୦୨ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛି। ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ। ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ଏହି ବଜେଟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ। ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତଭୂମି କ୍ଷେତ୍ର ପାଇଁ ସକାରତ୍ମକ ପରିବର୍ତ୍ତନ ଆଣିବ। ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶରେ କୃଷି କ୍ଷେତ୍ରକୁ ଆଗ୍ରାଧୀକାର ଦେବା ଏବଂ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ବଜେଟକୁ ପ୍ରସ୍ତୁତ କରାଯାଇଛି। ଏହି ବଜେଟରେ ଚାଷୀମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଦେଢଗୁଣା ଏମଏସପି ସୁନିଶ୍ଚିତ କରି ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି, ଯାହାକି ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭ ପ୍ରତିଶତ ଅଧିକା ରହିଛି। ପୂରା ଦେଶରେ ୭୫ ହଜାର ନୂଆ ହେଲଥ ସେଂଟର, ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଂଟର ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାରେ ୬୪, ୧୮୦ କୋଟି ଖର୍ଚ୍ଚ ହେବ। କୋଭିଡ ଟିକାକରଣ ପାଇଁ ୩୫, ୦୦୦ କୋଟି ଖର୍ଚ୍ଚ ହେବ।

ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଦେଶରେ ୧୦୦ ଟି ନୂତନ ସୈନିକ ସ୍କୁଲ, ଆଦିବାସୀ ଅଂଚଳରେ ୭୫୮ଟି ଏକଲବ୍ୟ ସ୍କୁଲ, ୧୫, ୦୦୦ରୁ ଅଧିକ ସ୍କୁଲକୁ ଆଦର୍ଶ ସ୍କୁଲର ମାନ୍ୟତା ଏବଂ ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଘୋଷଣା କରାଯିବା ଏକ ଐତିହାସିକ ପଦକ୍ଷେପ। ୫୦, ୦୦୦ କୋଟିରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା ହେବ। ଗରିବ ମହିଳାମାନଙ୍କ ପାଇଁ ଉଜ୍ଜଳା ଯୋଜନାରେ ୧ କୋଟି ଗ୍ୟାସ ସଂଯୋଗୀକରଣ କରାଯିବା ନେଇ ଷୋଷଣା ହୋଇଛି। ଏହା ଫଳରେ ମହିଳା ସଶକ୍ତିକରଣ ହେବା ସହ ପ୍ରଦୃଷଣ କମ୍ ହେବ। ରେଳବାଇ କ୍ଷେତ୍ରରେ ‘ଜାତୀୟ ରେଳ ଯୋଜନା ୨୦୩୦’ ପ୍ରସ୍ତୁତ ହୋଇଛି। ରେଳବାଇ କ୍ଷେତ୍ରରେ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୭୨ ପ୍ରତିଶତ ରେଳ ଲାଇନର ବିଦ୍ୟୁତକରଣ କାର୍ଯ୍ୟ, ୨୭ଟି ସହରରେ ୧୦୬୦କିମି ନୂଆ ମେଟ୍ରା ଲାଇନ ଏବଂ ରେଳ ଗାଡିଗୁଡିକରେ ନୂତନ ଓ ଆଧୁନିକ କୋଚ ଲଗାଇବାର ନିଷ୍ପତି ହୋଇଛି। ଗତ ୬ ବର୍ଷରେ ମୋଦି ସରକାର ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଆଗାମୀ ୨୦୨୧ ଡିସେମ୍ବର ମାସରେ ଦେଶର ପ୍ରଥମ ମାନବ ବିହୀନ ଉପଗ୍ରହ – ମାନବ ବିହୀନ ଗଗନ ଯାନ ମିଶନ ଆରମ୍ଭ ହେବ। ୭୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଛାଡ ନିଷ୍ପତି ହୋଇଛି। ଏହା ଦ୍ୱାରା ଲକ୍ଷ ଲକ୍ଷ ପେନସନଧାରୀ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରରେ ପ୍ରେରଣା ପାଇ ଏହି ବଜେଟ ପ୍ରସ୍ତୁତ ହୋଇଛି। ପ୍ରଥମ ପାଳିରେ ମୋଦି ସରକାର ଦେଶର ଗରିବ, ବଂଚିତ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥିଲେ। କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରିନଥିଲା ମୋଦିଜୀ ଗତ ୬ ବର୍ଷରେ ତାହା କରି ଦେଖାଇଛନ୍ତି। ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା ପାଇଁ ଗ୍ୟାସ, ପକ୍କା ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଚାଷୀ ସହାୟତା, ଏସବୁ ଲୋକମାନଙ୍କ ପାଖରେ ପହଂଚାଇବା ମୋଦି ସରକାରର ପ୍ରଥମ ପାଳିରେ ମୁଖ୍ୟ ଲକ୍ଷ୍ୟ ଥିଲା। ପ୍ରଥମ ପାଳିର ଥିଲା ଆବଶ୍ୟକତାର ୫ ବର୍ଷ। ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆଙ୍କାକ୍ଷାର ବର୍ଷ। ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.