Home କେନ୍ଦୁଝର ପୁଲିସ ର ଚଢାଉ ୫୪କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ

ପୁଲିସ ର ଚଢାଉ ୫୪କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ

42

ହାଟଡ଼ିହି, ୧/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ମରୈଗାଁ ପଞ୍ଚାୟତର ନାଉକଣା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଚଢାଉ କରି ୫୪ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏଠାରେ ନିୟମିତ ଗଞ୍ଜେଇ କାରବାର ହେଉଥିବାବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ଏସଡିପିଓ ସୁରେଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ ଓ ଘସିପୁରା ପୁଲିସ ସହଯୋଗରେ ଗ୍ରାମର କାହ୍ନୁ ଯେନାଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ପୁର୍ବରୁ ପରିବାର ଲୋକେ ଘର ଛାଡି ପଳାଇଥିବାରୁ ଚଢ଼ାଉ ସମୟରେ ପୁଲିସ କାହାରିକୁ ପାଇନଥିଲା । ଘର ଖାନତଲାସି କରିବାରୁ ବିଭିନ୍ନ ସ୍ଥାନରେ ଲୁଚାହୋଇ ରଖାଯାଇଥିବା ୫୪କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବଦ କରିବାରେ ସମର୍ଥ ହୋଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତ ଦୁଇବର୍ଷ ତଳେ ଏହି ଘରେ ଚଢ଼ାଉକରି କେନ୍ଦ୍ରୀୟ ଅବକାରୀ ବିଭାଗ ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ କରିବା ସହିତ ସହିତ ଜଣେ ସ୍ତ୍ରୀ ଲୋକକୁ ଗିରଫ କରିବାରେ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.