Home ଓଡ଼ିଶା ନମାଜ ପଢ଼ିବା ପାଇଁ ମସଜିଦ୍ ଯାଇପାରିବେ ମହିଳା, ଫତୱା ଉପରେ ଧ୍ୟାନ ଦିଅନ୍ତୁ ନାହିଁ :...

ନମାଜ ପଢ଼ିବା ପାଇଁ ମସଜିଦ୍ ଯାଇପାରିବେ ମହିଳା, ଫତୱା ଉପରେ ଧ୍ୟାନ ଦିଅନ୍ତୁ ନାହିଁ : ମୁସ୍ଲିମ ପର୍ସନାଲ ଲ ବୋର୍ଡ

154

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ ବୁଧବାରଦିନ ସୁପ୍ରୀମ କୋର୍ଟଙ୍କୁ କହିଛି କି ମହିଳାମାନଙ୍କୁ ମସଜିଦ୍ ରେ ନମାଜ ପଢ଼ିବାକୁ ଅନୁମତି ଦିଆଯାଇଛି ଏବଂ ତା’ ସମ୍ବନ୍ଧରେ ଯଦି କୌଣସି ଫତୱା ଜାରୀ କରାଯାଏ ତେବେ ତାହା ଉପରେ ଧ୍ୟାନ ନ ଦେବାକୁ କହିଛି ମୁସଲିମ୍ ଲ ବୋର୍ଡ।

ବୋର୍ଡ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଏକ ଆଫିଡେଭିଟରେ କହିଛି କି ମୁସ୍ଲିମ ମହିଳାମାନେ ମସଜିଦ୍ କୁ ଯିବା ପାଇଁ ସ୍ୱତନ୍ତ୍ର ଅଟନ୍ତି। ଅବଶ୍ୟ ତାହା କରିବା ପାଇଁ ବାଧ୍ୟ ନୁହେଁ। ମହିଳାମାନଙ୍କ ପାଖରେ ଥିବା ଏ ମଧ୍ୟ ବିକଳ୍ପ ଅଛି କି ସେମାନେ ଘରେ ନମାଜ ପଢ଼ିପାରିବେ।

ସୂଚନାଯୋଗ୍ୟଯେ, ଗତ ବର୍ଷ ଅକ୍ଟୋବରରେ, କୋର୍ଟ ୟାସମୀନ ଜୁବେର ଅହମ୍ମଦ ପୀରଜାଦେ ଏବଂ ଜୁବେର ଅହମ୍ମଦ ନଜୀର ପୀରଜାଦେଙ୍କର ଯାଚିକା ଉପରେ ନୋଟିସ ଜାରୀ କରିଥିଲେ। ସେମାନେ କହିଥିଲେ କି ଦେଶର ମସଜିଦ୍ ରେ ମୁସ୍ଲିମ ମହିଳାମାନଙ୍କର ପ୍ରବେଶ ଉପରେ ପ୍ରତିବନ୍ଧ ଅସଂବୈଧାନିକ ଅଟେ ଏବଂ ଜୀବନ, ସମାନତା ଏବଂ ଲୈଙ୍ଗିକ ନ୍ୟାୟର ମୌଳିକ ଅଧିକାରର ଉଲ୍ଲଂଘନ ମଧ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.