Home ଅପରାଧ ଦୀପାବଳୀରେ ବଳି ପଡ଼ିଗଲେ ଯୁବକ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ

ଦୀପାବଳୀରେ ବଳି ପଡ଼ିଗଲେ ଯୁବକ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ

918

ଭୁବନେଶ୍ୱର: କାଲି ଆଲୋକର ପର୍ବ ଦୀପାବଳୀ ରାତିରେ ଭୁବନେଶ୍ୱରରେ ଜଣେ ପରିବାରରେ ଆସିଯାଇଛି ଅନ୍ଧାର।ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ, ସୁନ୍ଦରପଦା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକର ମୃତ୍ୟୁ ଘଟିଛି।ମୃତ ଯୁବକ ଜଣଙ୍କ ହେଲେ ଅମରେଶ ନାୟକ।ଅମରେଶ ନାୟକ ଏବଂ ତାଙ୍କ ଗୋଷ୍ଠୀ ବାଣ ଫୁଟାଉଥିବା ସମୟରେ ଆଉ ଦଳେ ଗୋଷ୍ଠୀ ଆସି ଏମାନଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣ କରିଥିବା ଗୋଷ୍ଠୀ ବନ୍ଧୁକ ଏବଂ ଖଣ୍ଡା ଆଦି ବ୍ୟବହାର କରିଥିଲେ ବୋଲି କୁହାଯାଉଛି।ଅପର ଗୋଷ୍ଠୀର ରଘୁଆ, କୁନା ନନ୍ଦ ଏବଂ ବବୁଲ ଆଦି ଆସି ସଂଘବଦ୍ଧ ଭାବରେ ପ୍ରଥମେ ଦେବୀ ପ୍ରସାଦ ସେଠୀ ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ।ଦେବୀ ବେହୋସ ହୋଇଯିବା ପରେ ସେମାନେ ଅମରେଶଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।ଏୟାରଫିଲ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଦେଇଛି।ଏ’ ନେଇ ୨୫ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଏବଂ ଘଟଣା ପଛରେ ଜଣେ ସ୍ଥାନୀୟ ଜଣେ ରାଜନୈତିକ ନେତାଙ୍କର ସଂପୃକ୍ତି ଥିବା କୁହାଯାଉଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.