Home Top News ସୌନ୍ଦର୍ଯ୍ୟ ପାଇଁ ମୁଲତାନି ମାଟି: ଜାଣନ୍ତୁ ଏହି ମାଟି ଆପଣଙ୍କୁ କେତେ ସୁନ୍ଦର କରେ ଏବଂ...

ସୌନ୍ଦର୍ଯ୍ୟ ପାଇଁ ମୁଲତାନି ମାଟି: ଜାଣନ୍ତୁ ଏହି ମାଟି ଆପଣଙ୍କୁ କେତେ ସୁନ୍ଦର କରେ ଏବଂ ଏହାର ଚମତ୍କାରୀ ଫାଇଦା କ’ଣ

81

ଯଦିଓ ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତି, ମାତ୍ର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଜିନିଷ ହେଉଛି ମୁଲତାନି ମାଟି। ସୌନ୍ଦର୍ଯ୍ୟକୁ ଦ୍ଵିଗୁଣୀତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରେ। କିନ୍ତୁ ଆପଣ ମୁଲତାନି ମାଟିରୁ ମିଳୁଥିବା ଅନ୍ୟାନ୍ୟ ଲାଭ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

୧ – ବେଳେବେଳେ ବାହାରେ ବୁଲିବା କାରଣରୁ ଅଧିକ ସମୟ ପାଇଁ ଖରାରେ ରହିଲେ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଏ ଯାହା ଫଳରେ ମୁହଁରେ ବିଭିନ୍ନ ଦାଗ ରହିଯାଏ।ଏସବୁରୁ ମୁକ୍ତି ପାଇବା ପାଇଁ ମୁଲତାନି ମାଟି ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ କଦଳୀ ସହିତ ମିଶାଇ ଲଗାଇଲେ ମୁହଁରେ ଉଜ୍ଜ୍ବଳତା ଆସିଥାଏ।

୨- ଆଜିକାଲି ମୁହଁରେ ବ୍ରଣ ସବୁଠାରୁ ବଡ ଅସୁବିଧାର କାରଣ। ମୁହଁର ଉତ୍ତମ ଯତ୍ନ ନ ନେବା କାରଣରୁ ଏହା ହେଉଛି। ଏଥିପାଇଁ ମୁଲତାନି ମାଟି ଏବଂ ନିମ୍ବ ପେଷ୍ଟକୁ ଏକାଠି ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ।

୩- ବୟସ ଅଧିକ ହେଲେ ମୁହଁରେ କୁଞ୍ଚନ ଆସିଯାଏ ଯାହା ଫଳରେ ମୁହଁ ଉଜ୍ଜ୍ୱଳତା ହରାଏ। କିନ୍ତୁ ମୁଲତାନି ମାଟି ପ୍ୟାକ୍ ପ୍ରୟୋଗ କରି ଏହି ସମସ୍ୟାର କିଛି ପରିମାଣରେ ସମାଧାନ ହୋଇପାରିବ।

୪- କେଶର ସୌନ୍ଦର୍ଯ୍ୟ ବଞ୍ଚାଇବା ପାଇଁ ମୁଲତାନି ମାଟି ମଧ୍ୟ ବ୍ୟବହୃତ ହୁଏ। ଯେଉଁ କାରଣରୁ କେଶ ଦୃଢ, ଘନ ଏବଂ କଳା ରହିଥାଏ। ଏହି ପ୍ୟାକ୍ ସପ୍ତାହରେ ଥରେ ବ୍ୟବହାର କରାଯିବା ଜରୁରୀ। ମୁଲତାନି ମାଟିକୁ କଦଳୀ ଏବଂ ଲେମ୍ବୁ ସହିତ ମିଶ୍ରଣ କରି ଲଗାଇବା ବିଶେଷ ଲାଭଦାୟକ ଅଟେ।

୫- ମୁଲତାନି ମାଟିର ଆହୁରି ଏକ ସୁଗୁଣ ହେଉଛି ଶରୀରର କ୍ଲାନ୍ତି ଦୂର କରିବାରେ ଏହା ବିଶେଷ ସହାୟକ ହୋଇଥାଏ ଯାହାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ।ଏହାର ଲେପକୁ ଶରୀରରେ ଲଗାଇଲେ ଶରୀର ଥଣ୍ଡା ରୁହେ ଏହା ସହିତ ଶରୀରର ରକ୍ତ ସଞ୍ଚାଳନକୁ ମଧ୍ୟ ଏହା ବୃଦ୍ଧି କରାଇଥାଏ।

– ମନୋସ୍ୱିନୀ ପ୍ରହରାଜ/ଓଡ଼ିଆ ପୁଅ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.