Home ଓଡ଼ିଶା ଦେବଗଡ ମୁଖ୍ୟ ଡାକ୍ତରଖାନାରେ ମାଙ୍କଡ ଉପଦ୍ରବ

ଦେବଗଡ ମୁଖ୍ୟ ଡାକ୍ତରଖାନାରେ ମାଙ୍କଡ ଉପଦ୍ରବ

145

ଦେବଗଡ ୩୦-୭ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ମାଙ୍କଡ ଉପଦ୍ରବରେ ମୁଖ୍ୟ ଡାକ୍ତରଖାନା ଛାତରୁ ଖସି ଜଣେ ଗରୁତର।ଗୁରୁତର ବ୍ୟକ୍ତିକୁ ବୁର୍ଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦେବଗଡ ସହରରେ ଦିନକୁ ଦିନ ମାଙ୍କଡ ମାନଙ୍କର ଉପଦ୍ରବ ବଢିବାରେ ଲାଗିଛି।ଏପରିକି ସ୍କୁଲ, ଦୈନିକ ବଜାର, ରାସ୍ତା ଓ ଘରମାନଙ୍କରେ ପଶି ଅନେକ ସମୟରେ ଲୋକଙ୍କୁ କାମୁଡିବାର ମଧ୍ୟ ଦେଖା ଦେଇଛି। ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ ଜନସାଧାରଣଙ୍କୁ ମାଙ୍କଡ ମାନଙ୍କ ଆକ୍ରମଣରୁ ରକ୍ଷା କରିବା ନିହାତି ଆବଶ୍ୟକ ବୋଲି ଦେବଗଡ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.