Home ଓଡ଼ିଶା ଧର୍ମଗୁରୁଙ୍କର ବିବାଦିତ ଉପଦେଶ : କହିଲେ ପିରିୟଡ୍ସରେ ମହିଳା ରୋଷେଇ କଲେ ପୁନର୍ଜନ୍ମରେ କୁକୁର ହୋଇ...

ଧର୍ମଗୁରୁଙ୍କର ବିବାଦିତ ଉପଦେଶ : କହିଲେ ପିରିୟଡ୍ସରେ ମହିଳା ରୋଷେଇ କଲେ ପୁନର୍ଜନ୍ମରେ କୁକୁର ହୋଇ ଜନ୍ମ ନେବେ! ଆଉ ପୁରୁଷ ଖାଇଲେ …

690

ଅହମ୍ମଦାବାଦ: ଗୁଜରାତର ଜଣେ ଧାର୍ମିକ ଗୁରୁ ମହିଳାଙ୍କ ଉପରେ ଦେଇଥିବା ଉପଦେଶ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ ମହିଳା ମାନଙ୍କର ମାସିକ ଧର୍ମ ସମୟରେ ରୋଷେଇ କରିବା ଉପରେ ବିବାଦିତ ବୟାନ ଦେଇଛନ୍ତି। ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ କହିଛନ୍ତିଯେ ମାସିକ ଧର୍ମ ଅର୍ଥାତ୍ ପିରିୟର୍ଡ୍ସ ସମୟରେ ମହିଳା ଯଦି ରୋଷେଇ କରନ୍ତି ତେବେ ତାଙ୍କର ପୁନର୍ଜନ୍ମ ମାଈ କୁକୁର ରୂପରେ ହେବ। ସେ ଆଗକୁ ଏହା ମଧ୍ୟ କହିଛନ୍ତି କି ତାଙ୍କ ହାତରେ ବନିଥିବା ଖାନା ଖାଇଲେ ବ୍ୟକ୍ତି ମଧ୍ୟ ଆରଜନ୍ମରେ ବଳଦ ରୂପରେ ଜନ୍ମ ହେବ।

କିଏ ଏହି ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ ?

ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀଙ୍କର ସମ୍ବନ୍ଧ ଗୁଜରାତରେ ସ୍ୱାମୀ ନାରାୟଣ ମନ୍ଦିର ସହିତ।
ପୁନଶ୍ଚ ସୂଚନାଯୋଗ୍ୟଯେ, ସ୍ୱାମୀ ନାରାୟଣ ମନ୍ଦିର ଦ୍ୱାରା ଏକ କଲେଜ ସଞ୍ଚାଳିତ ହେଉଛି। ଏହି କଲେଜ କିଛିଦିନ ତଳେ ମଧ୍ୟ ବିବାଦକୁ ଆସିଥିଲା। କାରଣ ପିରିୟଡ୍ସ ନାମରେ ଛାତ୍ରୀମାନଙ୍କର ପୋଷାକ ଓହ୍ଲାଇ ଚେକ୍ କରାଯାଇଥିଲା। ୧୧ ଫେବୃଆରିର ଘଟଣା ସାମନାକୁ ଆସିବା ପରେ ବହୁତ ହଗାଁମା ହୋଇଥିଲା। ଶେଷରେ ଲୋକମାନଙ୍କର ଚାପରେ ପୋଲିସ ଶ୍ରୀ ସହଜାନନ୍ଦ ଗାର୍ଲ୍ସ ଇନ୍ଷ୍ଟିଚ୍ୟୁଟର ପ୍ରିନ୍ସିପାଲଙ୍କ ସମେତ ଅନେକ କର୍ମୀଙ୍କୁ ସସ୍ପେଣ୍ଡ କରିଥିଲେ।

ସ୍ୱାମୀଜୀଙ୍କର ପିରିୟଡ୍ସ ଉପରେ ଧାର୍ମିକ ଉପଦେଶ

ଗୁଜରାତରେ ଉପଦେଶ ଦେଉଥିବା ସମୟରେ ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ କହିଲେ କି ଯଦି ମାସିକ ଧର୍ମ ସମୟରେ ମହିଳା ଖାନା ବନାନ୍ତି ତେବେ ତାଙ୍କର ଆସନ୍ତାଜନ୍ମ ମାଈ କୁକୁର ରୂପରେ ହେବ ଏବଂ ଯଦି ତା’ ହାତରେ ବନିଥିବା ଖାନା ପୁରୁଷ ଖାଆନ୍ତି ତେବେ ତାଙ୍କର ପୁନର୍ଜନ୍ମ ବଳଦ ରୂପରେ ହେବ।

ନିଜର ଭକ୍ତଙ୍କୁ ସେ ଏହା ମଧ୍ୟ କହିଲେ କି ଯଦି ତାଙ୍କୁ ତାଙ୍କର ଏହି ଦୃଷ୍ଟି ପସନ୍ଦ ନୁହେଁ, ତେବେ ତାଙ୍କୁ କିଛି ଫରକ ପଡ଼େ ନାହିଁ, କିନ୍ତୁ ଏହା ଶାସ୍ତ୍ରରେ ଲେଖା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.