Home ଓଡ଼ିଶା ଏସିଆନ୍ କୁସ୍ତି ଚମ୍ପିଆନସିପ୍ : ରେସଲର ସୁନୀଲ ଆଣିଲେ ଭାରତପାଇଁ ସ୍ୱର୍ଣ୍ଣ ପଦକ

ଏସିଆନ୍ କୁସ୍ତି ଚମ୍ପିଆନସିପ୍ : ରେସଲର ସୁନୀଲ ଆଣିଲେ ଭାରତପାଇଁ ସ୍ୱର୍ଣ୍ଣ ପଦକ

276

ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ପହେଲବାନ ସୁନୀଲ କୁମାର ମଙ୍ଗଳବାରଦିନ ୮୭ କିଗ୍ରା ବର୍ଗ ଫାଇନାଲ୍ ରେ କିର୍ଗୀସ୍ଥାନର ଅଜାତ ସାଲିଦିନୋବଙ୍କୁ ୫-୦ ରେ ହରାଇ ଭାରତକୁ ଏସିଆନ୍ କୁସ୍ତି ଚମ୍ପିଆନସିପ୍ ର ଗ୍ରୀକୋ ରୋମାନ ବର୍ଗରେ ୨୭ ବର୍ଷ ପରେ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସେମିଫାଇନାଲ୍ ରେ ପଛରେ ରହିବା ପରେ ବିଜୟ ଲାଭକରି ସୁନୀଲ କେଡି ଯାଦବ ଇଣ୍ଡୋର ଷ୍ଟାଡିୟମରେ ୮୭ କିଗ୍ରା ବର୍ଗ ଫାଇନାଲ୍ ରେ ନିଜର ବିରୋଧୀକୁ ସହଜରେ ପଛରେ ପକାଇପାରିଛନ୍ତି।

ଏହା ପୂର୍ବରୁ ସୁନୀଲ ସେମିଫାଇନାଲ୍ ରେ କାଜାକିସ୍ତାନର ଅଜାମତ କୁସ୍ତୁବାୟେବଙ୍କ ବିରୁଦ୍ଧରେ ୧-୮ ରେ ପଛୁଆ ଥିଲେ କିନ୍ତୁ ତା’ ପରେ ଜବରଦସ୍ତ କୁସ୍ତିକରି କ୍ରମାଗତଭାବେ ୧୧ ଅଙ୍କ ସାଥିରେ ୧୨-୮ ବିଜୟୀ ହେବାରେ ସଫଳ ହେଲେ। ସୁନୀଲ ୨୦୧୯ ରେ ମଧ୍ୟ ଏହି ପ୍ରତିଯୋଗିତାର ଫାଇନାଲ୍ ରେ ପହଁଞ୍ଚିଥିଲେ କିନ୍ତୁ ତାଙ୍କୁ ହାର ସାମନା କରିବାକୁ ପଡ଼ିଥିଲା ଏବଂ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଅନ୍ୟ ଜଣେ ଭାରତୀୟ ଅର୍ଜୁନ ହଲାକୁର୍କୀ ମଧ୍ୟ ଗ୍ରୀକୋ ରୋମନ ବର୍ଗର ୫୫ କିଗ୍ରା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜୀତିଛନ୍ତି। ଅର୍ଜୁନଙ୍କର ଏହା ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପଦକ। ଅର୍ଜୁନ ସେମିଫାଇନାଲ୍ ରେ ଇରାନର ନାସିରପୋରଙ୍କ ବିରୁଦ୍ଧରେ ୭-୧ ରେ ଆଗକୁ ଚାଲୁଥିଲେ କିନ୍ତୁ ତାଙ୍କୁ ୭-୮ ରେ ପରାଜୟର ସାମନା କରିବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.