Home Top News ଅହମ୍ମଦାବାଦରେ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ୩୬ ଟି ଦମକଳ ଗାଡ଼ି ନିଆଁଲିବା କାର୍ଯ୍ୟରେ ବ୍ୟସ୍ତ

ଅହମ୍ମଦାବାଦରେ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ୩୬ ଟି ଦମକଳ ଗାଡ଼ି ନିଆଁଲିବା କାର୍ଯ୍ୟରେ ବ୍ୟସ୍ତ

33

ନୂଆ ଦିଲ୍ଲୀ ମାର୍ଚ୍ଚ ୧୯ (ଓଡ଼ିଆ ପୁଅ) ଗୁଜୁରାଟର ଅହମ୍ମଦାବାଦର ଏକ ପ୍ଲାଷ୍ଟିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୩୬ ଟି ଦମକଳଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ହତାହତ ହେବାର ଖବର ନାହିଁ। ଖବର ଅନୁଯାୟୀ, ଏକ ବୟଲର ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ଅଧିକ ପରିମାଣରେ ପ୍ଲାଷ୍ଟିକ ଜଳିଯାଉଥିବାରୁ ଏହି ଅଞ୍ଚଳ କଳାଧୂଆଁରେ ଆଚ୍ଛାଦିତ ହୋଇଛି। ତେବେ ଏହା ଶିଳ୍ପାଞ୍ଚଳ ହୋଇଥିବାରୁ ନିକଟସ୍ଥ ଫ୍ୟାକ୍ଟିଗୁଡ଼ିକର ଶ୍ରମିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ସମୟରେ କରିଦିଆଯାଇଛି। କେହି ମୃତାହତ ହେବର ଖବର ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.