Home ଓଡ଼ିଶା କେରଳର ମୁନ୍ନାରରେ ବଡ ଧରଣର ଭୂସ୍ଖଳନ, ଅନେକ ଚା ବଗିଚା କର୍ମଚାରୀ ଫଶିଥିବାର ଭୟ

କେରଳର ମୁନ୍ନାରରେ ବଡ ଧରଣର ଭୂସ୍ଖଳନ, ଅନେକ ଚା ବଗିଚା କର୍ମଚାରୀ ଫଶିଥିବାର ଭୟ

123

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) କେରଳର ମୁନ୍ନାରରେ ବଡ ଧରଣର ଭୂସ୍ଖଳନ ହୋଇଥିବାର ଖବର ମିଳିଛି। ଖବରରୁ ଜଣାପଡ଼ିଛିଯେ, ବହୁ ଚା ’ଇଷ୍ଟେଟ୍ କର୍ମଚାରୀ ଏହି ବଡ଼ ଧରଣର ଭୂସ୍ଖଳନରେ ଫସି ରହିଛନ୍ତି। କୁହାଯାଉଛିଯେ, ୮୦ ରୁ ଅଧିକ କର୍ମଚାରୀ ଏଥିରେ ଫଶି ରହିଛନ୍ତି। ଗତ ତିନି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଇଡୁକି ଜିଲ୍ଲାରେ ଏହି ଘଟଣା ଶୁକ୍ରବାର ସକାଳେ ଘଟିଛି। ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି।

ଭୂସ୍ଖଳନ ଯୋଗୁଁ ଏବଂ ବନ୍ୟା ପରିସ୍ଥିତି କାରଣରୁ କିଛି ରାସ୍ତା ଧୋଇ ହୋଇଯାଇଥିବାରୁ ଉଦ୍ଧାର ଅଧିକାରୀମାନେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରେ ପହଁଚିପାରି ନାହାଁନ୍ତି। ପରିସ୍ଥିତି ଗୁରୁତର ବୋଲି ରାଜସ୍ୱ ମନ୍ତ୍ରୀ ଇ ଚନ୍ଦ୍ରଶେଖରନ କହିଛନ୍ତି।

ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.