Home ଆନ୍ତର୍ଜାତୀୟ ପାକିସ୍ତାନର ଇସ୍ଲାମାବାଦରେ ଲାଗିଲା ଭାରତ ସମର୍ଥକ ବ୍ୟାନର, ଲେଖାଯାଇଥିଲା – ମହା-ଭାରତ ଏକ ପଦକ୍ଷେପ ଆଗକୁ

ପାକିସ୍ତାନର ଇସ୍ଲାମାବାଦରେ ଲାଗିଲା ଭାରତ ସମର୍ଥକ ବ୍ୟାନର, ଲେଖାଯାଇଥିଲା – ମହା-ଭାରତ ଏକ ପଦକ୍ଷେପ ଆଗକୁ

1046

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପାକିସ୍ତାନରେ ଲାଗିଲା ବ୍ୟାନର। ଏହା ଉପରେ ଲେଖାଯାଇଥିଲା, ‘ଆଜି ଜାମ୍ମୁ-କାଶ୍ମୀର ନେଇଛନ୍ତି, କାଲି ବଲୁଚିସ୍ଥାନ, ପିଓକେ ନେବେ। “ମୋତେ ବିଶ୍ଵାସ କି ଦେଶର ପ୍ରଧାନମନ୍ତ୍ରୀ ଅଖଣ୍ଡ ହିନ୍ଦୁସ୍ତାନର ସ୍ୱପ୍ନ ପୂରା କରିବେ।’
ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ଲାଗିଥିବା ଭାରତ ସମର୍ଥକ ବ୍ୟାନରରେ ଲେଖାଯାଇଥିଲା- ମହା – ଭାରତ ଏକ ପଦକ୍ଷେପ ଆଗକୁ।

ପାକିସ୍ତାନର ରାଜଧାନୀ ବିଭିନ୍ନ ଭାଗରେ ମଙ୍ଗଳବାରଦିନ ଅନେକ ଭାରତ ସମର୍ଥକ ବ୍ୟାନର ଲାଗିଥିବା ଦିଖାଯାଇଥିଲା। ଏହାଙ୍କୁ ନେଇକରି ପାକିସ୍ତାନ ପୁଲିସ ବହୁତ ଚିନ୍ତିତ ଏବଂ ବିସ୍ମିତ ଦେଖାଯାଉଥିଲା। ବ୍ୟାନର ଉପରେ ଶିବସେନା ନେତା ସଂଜୟ ରାଉତଙ୍କର ସନ୍ଦେଶ ଲେଖାଯାଇଥିଲା। ଏହି ବ୍ୟାନରକୁ ହଟାଇବା ପରେ ପୁଲିସ ଅଜ୍ଞାତ ଲୋକମାନଙ୍କର ବିରୁଦ୍ଧରେ ମାମଲା ରୁଜୁ କରିଛି।

ସୂଚନାଯେଗ୍ୟଯେ, ଭାରତ ସରକାର ସୋମବାରଦିନ ଜାମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ କୁ ସମାପ୍ତ କରିଦେଇଛନ୍ତି ଏବଂ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଟି ଶାସିତ ଅଞ୍ଚଳ – ଜାମ୍ମୁ-କାଶ୍ମୀର ଏବଂ ଲଦ୍ଦାଖରେ ବିଭାଜିତ କରିଦେଇଛନ୍ତି। ଏହି ସମ୍ବନ୍ଧିତ ସଂକଳ୍ପକୁ ସଂସଦରେ ମଧ୍ୟ ପାରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.