Home ଓଡ଼ିଶା ଦିନ ୩ଟାରେ ହେବ ସୁଷମାଙ୍କ ଶେଷକୃତ୍ୟ ସଂପନ୍ନ

ଦିନ ୩ଟାରେ ହେବ ସୁଷମାଙ୍କ ଶେଷକୃତ୍ୟ ସଂପନ୍ନ

374

ନୂଆଦିଲ୍ଲୀ , ୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଉ ନାହାନ୍ତି ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ  ସୁଷମା ସ୍ୱରାଜ । ତାଙ୍କ ମୃତ୍ୟୁରେ ସାରା ଦେଶ ମିୟମ୍ରାଣ ହୋଇପଡ଼ିଥିବା ବେଳେ  ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏବେ ସମସ୍ତ ବଡ଼ ବଡ଼ ନେତା ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁଷମାଙ୍କ ଶେଷ ଦର୍ଶନ କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସୁଷମାଙ୍କ ବାସଭବନକୁ ଯାଇ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


ସେହିପରି ସୁଷମାଙ୍କ ମୃତ୍ୟରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହ , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ ପ୍ରମୁଖ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତେବେ ତାଙ୍କ ମରଶରୀରକୁ  ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବା  ପରେ  ୩ଟାରେ ଲୋଧି ରୋଡ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.