Home ଓଡ଼ିଶା ଛତ୍ରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ଛତ୍ରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

30

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ “ମନ୍ କି ବାତ୍” ୧୦୩ ତମ ସଂସ୍କରଣ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳ, ବୁଥ ଓ ଶକ୍ତି କେନ୍ଦ୍ରରେ ମଣ୍ଡଳ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ ସଭାପତିଙ୍କ ଉପସ୍ଥିତରେ କାର୍ଯ୍ୟକର୍ତ୍ତା ମାନେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। କଣମଣା ମଣ୍ଡଳର ଚିକଲଖଣ୍ଡି ଗ୍ରାମ ପଞ୍ଚାୟତରେ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବି ଶଙ୍କର ରେଡି, ସରପଞ୍ଚ ଭଗବାନ ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ପୁର୍ବତନ ସେନା ଅଧିକାରୀ ଆର୍ ତ୍ରିନାଥ ରେଡ୍ଡୀ, ଏମ ସୁରି ରେଡ୍ଡୀ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହକ, ଅର୍ଜୁନ ବେହେରା ଏବଂ ଛତ୍ରପୁର ଏନଏସିରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସହିତ କୃଷ୍ଣଚନ୍ଦ୍ର ନାୟକ, ମଣ୍ଡଳ ସଭାପତି ସଞ୍ଜୀତ କୁମାର ରାଉଳ, କେ ଚନ୍ଦ୍ର ଶେଖର ରେଡ୍ଡୀ, କାଉନସିଲର ଅମରେଶ ମହାରଣା, ଟି ଗଣେଶ, ଏମ ଅରୁନ୍ଧତୀ ପ୍ରମୂଖ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି।
-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.