Home ଜିଲ୍ଲା ପରିକ୍ରମା ଗଣମାଧ୍ୟମ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ, ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ

ଗଣମାଧ୍ୟମ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ, ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ

37

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଣମାଧ୍ୟମ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ଗଣମାଧ୍ୟମ ଆଇନ୍ ପରିସର ମଧ୍ୟରେ ରହି ନିଜର ଦାୟିତ୍ୱ ନିର୍ବାହ କଲେ ଆଇନ୍‌ର ଗତିପଥକୁ ବଦଳାଇ ଦେଇପାରିବ । ଅପରପକ୍ଷରେ ଦେଶର ଅଶେଷ ଉପକାର ହେବ । ଗଣମାଧ୍ୟମର ପ୍ରତିନିଧିମାନେ ଏବେ ଚାପରେ ଅଛନ୍ତି । ଗଣମାଧ୍ୟମର କଣ୍ଠକୁ ଚାପି ଦିଆଯାଉଛି । ଯାହାକି ଗଣତନ୍ତ୍ର ପାଇଁ ବିପଦ ବୋଲି ସଂସ୍କୃତି ଭବନ ଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ବିଶିଷ୍ଟ ସମାଜବାଦୀ ଓ ବରିଷ୍ଠ ଆଇନ୍‌ଜୀବୀ ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତି ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମର ସ୍ୱାଧୀନତାରେ ନ୍ୟାୟପାଳିକାର ଭୂମିକା’ ଆଲୋଚନା ଚକ୍ରରେ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମର ରାଜ୍ୟସ୍ତରୀୟ ପ୍ରତିନିଧିମାନେ ମତପ୍ରକାଶ କରିଛନ୍ତି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତଃ ଆଇନ୍‌ଜୀବୀ ଶ୍ରୀ ମହାନ୍ତି ଜଣେ ଗୁଣୀ, ଜ୍ଞାନୀ ବ୍ୟକ୍ତି ଥିଲେ । ସେ ଏକ ଲାଇବ୍ରେରୀ ଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ତାଙ୍କର ଅଗାଧ ଜ୍ଞାନ ଥିଲା ।

ରାଜନୀତିରେ ତାଙ୍କର ପରିପକ୍ୱତା ସବୁ ରାଜନୈତିକ ଦଳ ପାଇଁ ପ୍ରେରଣ ଥିଲା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ପୂର୍ବତନ ଉପାଧ୍ୟକ୍ଷ ମନୋରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଟାଇମ୍ ଅଫ୍ ଇଣ୍ଡିଆର ପୂର୍ବତନ ସଂପାଦକ ରାଜାରାମ ଶତପଥୀ, ଓୟୁଜେ୍ ଓଡ଼ିଶା ଭୁବନେଶ୍ୱର ସଭାପତି ପ୍ରସନ୍ନ ମହାନ୍ତି, ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ଓଡିଶାର ସଂପାଦକ ଡ. ବିଶ୍ୱଜିତ୍ ରାୟ, ଭଦ୍ରକ ଓକିଲ ସଂଘ ସଭାପତି ନିରାକାର ଜେନା ପ୍ରମୁଖ ଆଲୋଚନା ଚକ୍ରରେ ନିଜ ନିଜର ମତ ରଖିଥିଲେ । ଦେଶରେ ଗଣମାଧ୍ୟମର ସ୍ୱାଧୀନତା ହ୍ରାସ ପାଉଥିବା ନେଇ ଅତିଥିମାନେ ଉଦ୍‌ବେଗ୍ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଟପ୍ପର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ବରିଷ୍ଠ ଆଇନ୍‌ଜୀବୀ ଅରୁଣ ଚାନ୍ଦ ଏହି ସଭାରେ ପୌରୋହିତ୍ୟ କରିଥିଲେ । ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତି ଜିଲା ସ୍ମୃତି କମିଟିର ପ୍ରମୁଖ ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ଡ. ରାଧାରାଣୀ ମହାପାତ୍ର, ଆଇନ୍‌ଜୀବୀ ବିଷ୍ଣୁ ମହାପାତ୍ର ପ୍ରମୁଖ ମଂଚ ପରିଚାଳନାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.