Home ଓଡ଼ିଶା ରାମ କିମ୍ବା ଅଯୋଧ୍ୟା କାହାର ସମ୍ପତ୍ତି ନୁହଁ – ଉମା ଭାରତୀ

ରାମ କିମ୍ବା ଅଯୋଧ୍ୟା କାହାର ସମ୍ପତ୍ତି ନୁହଁ – ଉମା ଭାରତୀ

228

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉମା ଭାରତୀ ନିଜ ଦଳ ବିଜେପିକୁ ପରାମର୍ଶ ଦେବା ସହିତ ବିରୋଧୀ ଦଳକୁ ଚେତାବନୀ ଦେଇଛନ୍ତି। ଉମା ଭାରତୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱରେ ଖୁସିର ଲହରୀ ଖେଳିଯାଇଛି। ବିରୋଧୀ ଦଳ ଏଥିରେ ବିଚଳିତ ହୁଅନ୍ତୁ ନାହିଁ। ବିରୋଧୀ ଦଳ ଲୋକଙ୍କୁ ମୋର ନିବେଦନ ଏକତାକୁ ଭାଙ୍ଗିବାକୁ ଦିଅନ୍ତୁ ନାହିଁ। ଏହା ସହ ଉମା ତାଙ୍କ ନିଜ ଦଳ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି, ଯେ ରାମଙ୍କ ନାମରେ ଆମକୁ ଏକ ପେଟେଣ୍ଟ ମିଳିଛି ବୋଲି କେହି ଗର୍ବ କରିବା ଉଚିତ୍ ନୁହେଁ। ରାମ ଅସୀମ, ଅନନ୍ତ ଅଟନ୍ତି। ଉମା କହିଛନ୍ତି ଯେ ରାମଙ୍କ ନାମରେ କାହାର ପେଟେଣ୍ଟ ରହିପାରିବ ନାହିଁ। ରାମଙ୍କ ନାମ କିମ୍ବା ଅଯୋଧ୍ୟା ବିଜେପିର ସମ୍ପତ୍ତି ନୁହେଁ। ଯିଏ ବିଜେପିରେ ଥାଆନ୍ତୁ ଅଥବା ନଥାନ୍ତୁ ରାମ ସମସ୍ତଙ୍କର। ଯିଏ ଯେଉଁ ଧର୍ମର ହୋଇଥାଆନ୍ତୁ ନାଁ କାହିଁକି, ଯିଏ ରାମଙ୍କୁ ମାନନ୍ତି ରାମ ସେ ସମସ୍ତଙ୍କର।

ଏହା ପୂର୍ବରୁ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେଉଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଉମା ଭାରତୀ ଭାଗ ନେବେ ନାହିଁ ବୋଲି କହିଥିଲେ। ଉମା କହିଥିଲେ ସେ ୫ ତାରିଖରେ ଅଯୋଧ୍ୟା ଯିବେ, କିନ୍ତୁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଉମା କହିଛନ୍ତି। ଉମା କହିଛନ୍ତି, ସେ ଯେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବିଜେପି ନେତା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇଥିଲେ ସେତେବେଳେ ସେ ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଥିଲେ। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ସେ ବେଶୀ ଚିନ୍ତିତ ବୋଲି କହିଛନ୍ତି। ଉମା କହିଛନ୍ତି, ମୁଁ ଟ୍ରେନ ଯୋଗେ ଭୋପାଲରୁ ଉତ୍ତର ପ୍ରଦେଶ ଯିବି। ଅଯୋଧ୍ୟାରେ ପହଞ୍ଚିବା ବେଳକୁ ମୁଁ ନିଜେ କରୋନାରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟମାନେ ଯେଉଁଠି ଥିବେ, ସେଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ସମସ୍ତେ ଭୂମି ପୂଜନ ସ୍ଥଳରୁ ଚାଲିଯିବା ପରେ ମୁଁ ସେଠାରେ ପହଞ୍ଚିବି। ଏଥିପାଇଁ ମୋତେ ଅତିଥି ତାଲିକାରୁ ବାଦ ଦେବାକୁ ମୁଁ କହି ସାରିଛି। ଭୂମି ପୂଜନ ବେଳେ ସେ ସରଜୁ ନଦୀ କୂଳରେ ରହିବେ ବୋଲି ଉମା ଭାରତୀ କହିଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.