Home ଜିଲ୍ଲା ପରିକ୍ରମା ବ୍ୟାଙ୍କ ଅଧିକାରୀଙ୍କ ଘରେ ବୁଲାଇଲେ କଳାକନା

ବ୍ୟାଙ୍କ ଅଧିକାରୀଙ୍କ ଘରେ ବୁଲାଇଲେ କଳାକନା

40

ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ସମ୍ପ୍ରତି ବଢ଼ିଚାଲିଥିବା ଅପରାଧ ସାଙ୍ଗକୁ ବିଗୁଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ରାସ୍ତାଘାଟରେ ଛିନ୍‌ତାଇ ରାହାଜାନୀ ସାଙ୍ଗକୁ ଏବେ ଦୁବୃର୍ତ୍ତମାନେ ଘରେ ପଶି ଲୁଟ୍‌ତରାଜ ବି କଲେଣି। ରାଣୀପାଟଣା ଅଞ୍ଚଳରେ ରହୁଥିବା ବ୍ୟାଙ୍କ ଅଫିସରଙ୍କ ଭଡ଼ାଘରୁ ସେ ନଥିବା ବେଳେ ଦୁର୍ବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଆଦି ଚୋରି କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବିବେକାନନ୍ଦ ମାର୍ଗ ଶାଖାର ସହକାରୀ ପରିଚାଳକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଅଞ୍ଚଳର ବସନ୍ତ କୁମାର ରାଉତ ଗତ ତିନିମାସ ଧରି ସହରର ରାଣୀପାଟଣାରେ ଡାକ୍ତର ପୀତବାସ ଦାସ ତଥା ବନ୍ଦନା ଜେନାଙ୍କ ଘରେ ଭଡ଼ାରେ ରହୁଥିଲେ। ତେବେ ଡାକ୍ତର ପୀତବାସ ଦାସ କେନ୍ଦୁଝର ଜିଲ୍ଲା ପଦ୍ମପୁର ସିଏଚସିରେ ଚାକିରି କରନ୍ତି। ସେମାନେ ବି ଗତ କିଛିଦିନ ଧରି କେନ୍ଦୁଝରରେ ରହୁଥିଲେ। ଅନ୍ୟପକ୍ଷରେ ବ୍ୟାଙ୍କ ଅଧିକାରୀ ଶ୍ରୀ ରାଉତ ଦୀପାବଳି ପାଇଁ ଗତ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ପୈତୃକ ଗୃହକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ରାଣୀପାଟଣା ଭଡ଼ାଘରରେ ପଶି କଳାକନା ବୁଲାଇଥିଲେ। ଛାତ ସିଡ଼ିଘର କବାଟ ତାଡ଼ି ସେମାନେ ଭିତରକୁ ପଶିବା ସହିତ ଘରେ ଥିବା ନଗଦ ଟଙ୍କା ସୁନା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇ ଯାଇଛନ୍ତି। ବ୍ୟାଙ୍କ ଅଧିକାରୀ ଶ୍ରୀ ରାଉତ ସୋମବାର ଦିନ ୧୦ଟାରେ ବାଲେଶ୍ୱରରେ ପହଞ୍ଚି ସିଧା ବ୍ୟାଙ୍କକୁ ଚାଲିଯାଇଥିଲେ। ଅଫିସରୁ ଫେରିବା ପରେ ଘରେ ଏଭଳି ଅବସ୍ଥା ଦେଖି ସେ ସହଦେବଖୁଣ୍ଟା ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.