Home ଅପରାଧ ୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍ : ଦୁଇ ମହିଳା ଗିରଫ

୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍ : ଦୁଇ ମହିଳା ଗିରଫ

36

ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସହଦେବଖୁଣ୍ଟା ଥାନା ପୁଲିସ ଅରଡ଼ବଜାର ଅଞ୍ଚଳରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଦୁଇଜଣ ହେଲେ ଅରଡ଼ବଜାର ଅଞ୍ଚଳର ରୋଜତିବା ବିବି ଓ ସୋହେଲା ବିବି। ସେମାନେ ବ୍ରାଉନସୁଗାର ପୁଡ଼ିଆ ବିକ୍ରି କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହଦେବଖୁଣ୍ଟା ଥାନା ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୮୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୧୮ ହଜାର ୭ଶହ ଯଙ୍କା ପୁଲିସ ଜବଦ କରିଛି। ତେବେ ଜବତ୍ ହୋଇଥିବା ୮୫ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛି। ଏନେଇ ୩୧୩ ଓ ୩୧୪ ଦୁଇଗୋଟି ମାମଲା ରୁଜୁ ସହ ୨୧ (ବି) ଏନଡିପିଏସ ଆକ୍ଟ ମୂଳେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.