Home Coronavirus Outbreak ଲକ୍ ଡାଉନ୍- ୪.୦: ୧୨ଟି ରାଜ୍ୟର ୩୦ଟି ଜିଲ୍ଲାରେ ଜାରୀ ରହିପାରେ କଠୋର କଟକଣା; ଜାଣନ୍ତୁ...

ଲକ୍ ଡାଉନ୍- ୪.୦: ୧୨ଟି ରାଜ୍ୟର ୩୦ଟି ଜିଲ୍ଲାରେ ଜାରୀ ରହିପାରେ କଠୋର କଟକଣା; ଜାଣନ୍ତୁ ଓଡ଼ିଶାର କେଉଁ ସହର ..

2658

ଭୁବନେଶ୍ୱର: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। ପ୍ରତିଦିନ ପ୍ରାୟ ୩୦୦୦ ରୁ ଅଧିକ ମାମଲା ସମ୍ମାକୁ ଆସୁଛି। ବଢ଼ୁଥିବା ଏହି ମାମଲାକୁ ଦୃଷ୍ଟିରେ ରଖି ଦେଶର ୧୨ଟି ରାଜ୍ୟର ୩୦ଟି ଜିଲ୍ଲା ବା ମ୍ୟୁନିସିପାଲିଟି ଅଞ୍ଚଳରେ ଲକଡାଉନ୍ ୪.୦ରେ କୌଣସି କୋହଳ ହେବାର ସମ୍ଭାବନା ଜଣାପଡ଼ୁ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ହୋଇଛି। ଯେଉଁଥିରେ ବିଶେଷ ଭାବରେ ୧୨ଟି ରାଜ୍ୟର ୩୦ଟି ଜିଲ୍ଲା ବା ସହର ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବରେ ସମୀକ୍ଷା କରାଯାଇଥିବା ଜଣାପଡ଼ିଛି। ଏହି ଜିଲ୍ଲା, ମୁନିସପାଲିଟ ଅଞ୍ଚଳ ବା ସହର ଗୁଡ଼ିକରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନରେ କୋୖଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ସୂତ୍ରରୁ ପ୍ରକାଶ। କାରଣ, କରୋନା ହଟସ୍ପଟ୍ ଅଞ୍ଚଳ ପାଇଁ ସରକାର ଯେଉଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିଛନ୍ତି, ଅତ୍ୟଧିକ ସଂକ୍ରମଣ ଥିବା ଅଞ୍ଚଳରେ ଏହି ମହାମାରୀକୁ ରୋକିବା ପାଇଁ କଠୋର ପଦକ୍ଷେପ ଅବଲମ୍ବନ କରାଯିବ ବୋଲି କୁହାଯାଇଛି।

ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଆଦି ଦେଶର ୧୨ଟି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ୩୦ଟି ନଗରପାଳିକା କ୍ଷେତ୍ର ବା ସହର ଏହା ମଧ୍ୟରେ ରହିଥିବା ଜଣାପଡ଼ିଛି। ସମୀକ୍ଷା ବୈଠକରେ ଜିଲ୍ଲା ମାନଙ୍କରେ କରୋନା ସ୍ଥିତିର ଏକ ହିସାବ ପ୍ରସ୍ତୁତ କରାଯାଇ ଥିଲା। ଯେଉଁଥିରେ ସଂକ୍ରମଣ ପୁଷ୍ଟି ହାର, ସାଂଘାତିକ ସ୍ଥିତି ହାର, ଦ୍ୱିଗୁଣିତ ହାର, ପ୍ରତି ୧୦ ଲକ୍ଷରେ ପରୀକ୍ଷଣ ହାର ଆଦି ତଥ୍ୟ ଉପରେ ତର୍ଜମା କରଯାଇଛି।

ସମ୍ଭାବ୍ୟ ପ୍ରତିବନ୍ଧ ଲାଗୁ ହେବାକୁ ଥିବା ୧୨ଟି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ୩୦ଟି ନଗରପାଳିକା କ୍ଷେତ୍ର ବା ସହର ଗୁଡ଼ିକ ଜାଣନ୍ତୁ –

ତାମିଲନାଡ଼ୁ- କୁଡ୍ଡାଲୋର, ଚେଙ୍ଗଲପଟ୍ଟୁ, ଅରିୟାଲୁର, ଭିଲ୍ଲୁପୁରମ୍, ଥିରୁବଲ୍ଲୁର ଏବଂ ଗ୍ରେଟର ଚେନ୍ନାଇ। ମହାରାଷ୍ଟ୍ର- ମୁମ୍ବାଇ, ଔରଙ୍ଗାବାଦ, ପୁନେ, ପାଲଘର, ସୋଲାପୁର, ନାଶିକ ଏବଂ ଥାନେ। ଗୁଜୁରାଟ- ଅହମ୍ମଦାବାଦ, ବଡୋଦରା ଏବଂ ସୁରଟ। ଦିଲ୍ଲୀ- ଅଧିକାଂଶ ଅଞ୍ଚଳ। ମଧ୍ୟପ୍ରଦେଶ- ଭୋପାଳ ଏବଂ ଇନ୍ଦୋର। ପଶ୍ଚିମବଙ୍ଗ- କୋଲକାତା ଏବଂ ହାଓଡ଼ା। ରାଜସ୍ଥାନ- ଜୟପୁର, ଯୋଧପୁର, ଉଦୟପୁର। ଉତ୍ତରପ୍ରଦେଶ- ଆଗ୍ରା ଏବଂ ମେରଠ। ଆନ୍ଧ୍ରପ୍ରଦେଶ- କୁର୍ନୁଲ। ତେଲେଙ୍ଗାନା- ଗ୍ରେଟର ହାଇଦ୍ରାବାଦ। ପଞ୍ଜାବ- ଅମୃତସର ଏବଂ ଓଡ଼ିଶା- ବ୍ରହ୍ମପୁର।

ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରିପୋର୍ଟ ଲେଖାଯିବା ବେଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ କରୋନା ପଜିଟିଭ୍ ମାମଲା ୮୫,୯୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୩,୦୩୫ ମାମଲା ସକ୍ରିୟ ଅଛି, ୩୦,୧୫୩ ଜଣ ଲୋକ ସୁସ୍ଥ ହୋଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ୨୭୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। /-ଦେବଦତ୍ତ ରଥ

ଆଜି ଆପଣଙ୍କ କାମର ଶେଷ ଦିନ; ୩ ମିନିଟରେ ଚାଲିଗଲା ୩୦୦୦ରୁ ଉର୍ଦ୍ଧ୍ଵ ଚାକିରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.