Home ଓଡ଼ିଶା ଚାଷୀ ଓ ଶ୍ରମିକଙ୍କ ପାଇଁ ସରକାରଙ୍କୁ ନିରଞ୍ଜନଙ୍କ ନିବେଦନ

ଚାଷୀ ଓ ଶ୍ରମିକଙ୍କ ପାଇଁ ସରକାରଙ୍କୁ ନିରଞ୍ଜନଙ୍କ ନିବେଦନ

267

ଭୁବନେଶ୍ୱର ୧୬/୫ (ଓଡ଼ିଆ ପୁଅ)  – ୧୯୧୯ ମସିହାରେ ଅର୍ନ୍ତରାଷ୍ଟ୍ରୀୟ ଦେଶମାନେ ନିଷ୍ପତି କରିଥିଲେ ଯେ ଶ୍ରମିକମାନଙ୍କ କାର୍ଯ୍ୟ ଦୈନିକ ୮ ଘଂଟା ରହିବ। ଏହି ନିୟମକୁ ପ୍ରଥମଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ଭାଙ୍ଗିଥିଲେ ଏହାକୁ ୧୨ ଘଂଟା କରିଥିଲେ। ଆଜି ଆମ ଦେଶରେ ମଧ୍ୟ ସେହି ହିଟଲରଙ୍କ ପଦାଙ୍କ ଅନୁସରଣ କରିବା ଆରମ୍ଭ କଲେଣି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ କହିଛନ୍ତି। ଏବେ ଆମ ଦେଶରେ କୁହାଗଲାଣି ଯେ ଶ୍ରମିକମାନେ ୧୨ ଘଂଟା କାମ କରିବେ ଓ ମଝିରେ ୩୦ ମିନିଟ୍ ବିଶ୍ରାମ ରହିବ। ତା’ମାନେ ଜଣେ ଶ୍ରମିକ କର୍ମକ୍ଷେତ୍ରରେ ପ୍ରାୟ ୧୩ ଘଂଟା ରହିବ। ଏହା ସମ୍ଭବ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହା ଅମାନୁଷିକ କାର୍ଯ୍ୟ। ଏଥିପାଇଁ ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଏହାକୁ ପ୍ରଥମେ ପ୍ରଚଳନ କଲେ ଓ ଏବେ ଓଡିଶା ଏହାକୁ ଅନୁସରଣ କରୁଛି। ଏହା ଶ୍ରମିକମାରଣ ନୀତି ବୋଲି ସେ କହିଛନ୍ତି। ଆମ ଦେଶ ଓ ରାଜ୍ୟରେ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ବହୁତ ଅଧିକ ବୋଲି ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଏଣୁ ଜଣେ ଶ୍ରମିକ କ’ଣ ୧୩ ଘଂଟା କାଳ ପରିଶ୍ରମ କରିବ, ଏହା କ’ଣ ସମ୍ଭବ! ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ, ଛୋଟ ଚାଷୀ, ମଧ୍ୟବିତ ପରିବାରର ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରାଯାଉ। ତା ନହେଲେ ଆମ ଦେଶରେ ଓ ରାଜ୍ୟରେ ଥିବା କୋଟି କୋଟି ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବେ। ଆଜି ମଧ୍ୟ ଦେଖାଗଲାଣି ଶ୍ରମିକମାନେ କିଭଳି ଭାବରେ ଆତ୍ମହତ୍ୟା କଲେଣି, କିଭଳି ଭାବେ ରାସ୍ତାରେ ଚାଲି ଚାଲି ମୃତ୍ୟୁବରଣ କଲେଣି, ପୋଲିସ ମାଡରେ ମଧ୍ୟ ମୃତ୍ୟୁବରଣ କଲେଣି। ଯଦି ପ୍ରକୃତରେ ଦେଶର ଓ ରାଜ୍ୟର ଶ୍ରମିକମାନଙ୍କୁ ବଂଚାଇବାର ଅଛି ତେବେ ସରକାରଙ୍କୁ ନିବେଦନ ଯେ ସରକାର ସିଧାସଳଖ ଶ୍ରମିକମାନଙ୍କୁ ଅର୍ଥ ଦେବାର ବ୍ୟବସ୍ଥା କରନ୍ତୁ। ନଚେତ୍ ପରବର୍ତ୍ତୀ ସମୟରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.