Home Top News ୟାସର ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ, ବାଲେଶ୍ୱରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ୟାସ

ୟାସର ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ, ବାଲେଶ୍ୱରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ୟାସ

369

ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ) ସକାଳ ସାଢ଼େଆଠଟା ସମୟର ସ୍ୟାଟେଲାଇଟ୍‌ ଫଟୋ ଅନୁଯାୟୀ, ବାଲେଶ୍ୱରଠାରୁ ପ୍ରାୟ ୨୫ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅବସ୍ଥିତ ଥିଲା ଅତି ଭୟଙ୍କର ବାତ୍ୟା ୟାସ – ଭୁବନେଶ୍ୱର, ପାଣିପାଗ କେନ୍ଦ୍ର ଅନୁଯାୟୀ, ଏହାର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

SRC କହିଛନ୍ତିଯେ, ଆସନ୍ତା ୩-୪ ଘଣ୍ଟା ମଧ୍ୟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରୀୟା ଚାଲୁ ରହିବ। ଏହା ପରେ ଏହା ଦୁର୍ବଳ ହେବ। ସର୍ବାଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ୍ ଜିଲ୍ଲାରେ ହେବ ଏବଂ ମୟୂରଭଞ୍ଜରେ ମଧ୍ୟ ପବନର ବେଗ ପ୍ରାୟ ୧୦୦ କିଲୋମିଟର ରହିବ।

ବର୍ଷା

ଓଡ଼ିଶା : ୨୬ ମଇ – ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝରଗଡ଼ ଏବଂ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଅବତରଣ ସମୟରେ ପବନର ବେଗ (କିମି) ପୂର୍ବାନୁମାନ

ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅବତରଣ ସମୟରେ ୧୩୦-୧୪୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବ ଏବଂ ଅବତରଣ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୦୦-୧୧୦ କିଲୋମିଟର ଦ୍ରୁତ ଗତିରେ ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

ସନ୍ଧ୍ୟା ସୁଦ୍ଧା ଅବତରଣପରେ ପବନର ବେଗ ୬୫-୭୫ କିଲୋମିଟର ପ୍ରତି ଘଣ୍ଟା ହେବ। ଏହା ପରେ ପବନର ବେଗ କମିବ।

ସମୁଦ୍ର ଜୁଆର ତଳିଆ ଅଞ୍ଚଳରେ ଜୁଆର ପାଣି ଭରିଯିବାର ସମ୍ଭାବନା
ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଜୁଆର ୨-୩ ମିଟର ପର୍ଯ୍ୟନ୍ତ ଉଠିବ ଏବଂ ତଳିଆ ଅଞ୍ଚଳରେ ପାଣି ଭରିବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.