Home ଓଡ଼ିଶା କଂଗ୍ରେସକୁ ଝଟକା : ଅଭିନେତ୍ରୀରୁ ରାଜନେତା ବନିଥିବା ଖୁସବୁ ଆଜି ଧରିପାରନ୍ତି ପଦ୍ମ

କଂଗ୍ରେସକୁ ଝଟକା : ଅଭିନେତ୍ରୀରୁ ରାଜନେତା ବନିଥିବା ଖୁସବୁ ଆଜି ଧରିପାରନ୍ତି ପଦ୍ମ

78

ଚେନ୍ନାଇ ୧୨-୧୦ (ଓଡ଼ିଆ ପୁଅ) : ଅଭିନେତ୍ରୀ ରୁ ରାଜନେତା ବନିଥିବା ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ତଥା ତାମିଲନାଡୁ କଂଗ୍ରେସ ନେତା ଖୁସବୁ ସୁନ୍ଦର ଆଜି ବିଜେପିରେ ଯୋଗ ଦେଇପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଖୁସବୁ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ଆଜି ସେ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗଦେବାର ସମ୍ଭାବନା ରହିଛି। ଖୁସବୁ ୨୦୧୪ ରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲ ପର୍ଯ୍ୟନ୍ତ ସେ କଂଗ୍ରେସକୁ ନିରନ୍ତର ସମର୍ଥନ କରିଆସୁଛନ୍ତି। କିନ୍ତୁ ସେ ବିଜେପିରେ ଯୋଗ ଦେଉଛନ୍ତି କି ବୋଲି ପଚରାଯିବାରୁ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ।

ଇତି ମଧ୍ୟରେ କଂଗ୍ରେସ ଖୁସବଙ୍କୁ ଏଆଇସିସି ମୁଖପାତ୍ର ପଦରୁ ବରଖାସ୍ତ କରିଛି।

ଖୁସବୁ ସୁନ୍ଦର, ତାମିଲନାଡୁର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି। ତାମିଲନାଡୁରେ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବ ଏବଂ ଏଭଳି ପରିସ୍ଥିତିରେ ବିଜେପି ରାଜ୍ୟରେ ନିଜର ଆଧାର ବଢ଼ାଇବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ଷ୍ଟାର ପାୱାରକୁ ମଧ୍ୟ ଚେଷ୍ଟା କରିବାକୁ ଚାହୁଁଛି। ବର୍ତ୍ତମାନ ରାଜ୍ୟରେ ବିଜେପି ଏବଂ ଶାସକ AIADMK ର ଏକ ମିଳିତ ମଞ୍ଚ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.