Home ଆମ ସଂସ୍କୃତି, କଳା ଓ ଐତିହ୍ୟ କୌରବ ଟେଷ୍ଟ ଟ୍ୟୁବ ସନ୍ତାନ ଥିଲେ! ଆସନ୍ତୁ ଜାଣିବା କରାଯାଉଥିବା ଏହିପରି ଆଉ କିଛି ଦାବି..

କୌରବ ଟେଷ୍ଟ ଟ୍ୟୁବ ସନ୍ତାନ ଥିଲେ! ଆସନ୍ତୁ ଜାଣିବା କରାଯାଉଥିବା ଏହିପରି ଆଉ କିଛି ଦାବି..

1499

ଜଲନ୍ଧର:ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।କୁଳପତି କହିଛନ୍ତି,ଟେଷ୍ଟ୍ୟୁବ୍ ବେବି ଏବଂ ମିସାଇଲ୍‌ର ବ୍ୟବହାର ଭାରତରେ ହଜାର ହଜାର ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।ଏହାକୁ ପ୍ରମାଣିତ କରିବା ପାଇଁ ସେ ରାମାୟଣ ଓ ମହାଭାରତର କିଛି ଉଦାହରଣ ଦେଇଥିଲେ।

ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସରେ ଉଦ୍‌ବୋଧନ ଦେଇ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ଜି.ନାଗେଶ୍ୱର ରାଓ କହିଛନ୍ତି- “ଆମେ ଗୋଟିଏ ମା’ଠାରୁ ଶହଶହ କୌରବ ପାଇଥିଲୁ।ଏହା କେବଳ ଷ୍ଟିମ ଶେଲ ରିସର୍ଚ୍ଚ ଓ ଟେଷ୍ଟ୍ୟୁବ୍ ବେବି ପ୍ରଣାଳୀ ଯୋଗୁ ସମ୍ଭବ ହୋଇପାରିଥିଲା।ଏହା ହଜାରେ ବର୍ଷ ତଳେ ଆରମ୍ଭ ହୋଇଥିଲା।ଏବଂ ଏହା ଏକ ବିଜ୍ଞାନ ଭିତ୍ତିକ କାର୍ଯ୍ୟ ଥିଲା”।ଏହାସହ ସେ କହିଥିଲେ “ଭଗବାନ ରାମ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ତାଙ୍କ ପାଖକୁ ଫେରି ଆସୁଥିଲା। ଏହା ମିସାଇଲ୍‌ ନିୟନ୍ତ୍ରଣ ପ୍ରକ୍ରିୟା ଯୋଗୁ ସମ୍ଭବ ହୋଇପାରିଥିଲା। ତେଣୁ ହଜାରେ ବର୍ଷ ପୂର୍ବରେ ମଧ୍ୟ ବିଜ୍ଞାନର ପ୍ରଚଳନ ହେଉଥିଲା।ରାବଣ ୨୪ ପ୍ରକାରର ବିମାନ ବ୍ୟବହାର କରୁଥିଲେ।ଏହାର ଆକାର ଓ କ୍ଷମତା ଭିନ୍ନଭିନ୍ନ ଥିଲା। ଏଥିପାଇଁ ରାବଣ ଶ୍ରୀଲଙ୍କାରେ ଏକାଧିକ ବିମାନବନ୍ଦର ମଧ୍ୟ ନିର୍ମାଣ କରିଥିଲେ।”

ସୂଚନାଯୋଗ୍ୟ ଯେ ବିଭିନ୍ନ ରାଷ୍ଟ୍ରବାଦୀ ତଥା ହିନ୍ଦୁବାଦୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ ଏହିପରି ଅନେକ ଦାବି କରାଯାଇଥାଏ।
ଏପରି ଆଉ କିଛି ଦାବି :-
★ନାରଦ ପ୍ରଥମ ସାମ୍ବାଦିକ ଥିଲେ।
★ ନଳ ଏବଂ ନୀଳ ଭାଇ ଦକ୍ଷ ଇଞ୍ଜିନିୟର ଥିଲେ।ସମୁଦ୍ର ଉପରେ ଶ୍ରୀଲଙ୍କାକୁ ରାମସେତୁ ନିର୍ମାଣ କରିଥିଲେ।
★ଭଗବାନ ଶିବ ପଥମ ମସ୍ତିଷ୍କ ପ୍ରତ୍ୟାରୋପଣ କରିଥିଲେ।ଗଣେଶଙ୍କ ଦେହରେ ହାତୀ ମୁଣ୍ଡ ଲଗାଇଥିଲେ।
★ମହାଭାରତ ସମୟରେ ଇଣ୍ଟରନେଟ ବ୍ୟବହାର ଥିଲା।ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ସେହି ମାଧ୍ୟମରେ ଯୁଦ୍ଧ କ୍ଷେତ୍ରର ବିବରଣୀ ଦେଇ ପାରୁଥିଲେ।
★ପିତାମହ ଭୀଷ୍ମ ଲାଇଫ ସପର୍ଟ ସିଷ୍ଟମ ସର ଶଯ୍ୟାରେ ଦିନ ଧରି ବଞ୍ଚି ରହିଥିଲେ।

ଏହିପରି ଆହୁରି ଅନେକ ଯୁକ୍ତି ରାଷ୍ଟ୍ରବାଦୀ ତଥା ହିନ୍ଦୁବାଦୀ ସଙ୍ଗଠନ ତରଫରୁ ବିଭିନ୍ନ ସମୟରେ ଦାବି କରାଯାଇଥାଏ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.