Home ଅପରାଧ ଜଷ୍ଟିସ୍ ଫର୍ ପରୀ: ରିଲେ ଅନଶନର ଦ୍ଵିତୀୟ ଦିନ

ଜଷ୍ଟିସ୍ ଫର୍ ପରୀ: ରିଲେ ଅନଶନର ଦ୍ଵିତୀୟ ଦିନ

20

ଭୁବନେଶ୍ୱର: ପରୀକୁ ନ୍ୟାୟ ଦେବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ରିଲେ ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ରିଲେ ଅନଶନର ପ୍ରଥମ ଦିନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାଃ ସମ୍ବିତ ପାତ୍ର ଯୋଗ ଦେଇଥିଲେ। ଆଜି ଦ୍ଵିତୀୟ ଦିନରେ ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଏବଂ ଇରାନୀ ରାୟ ଉପସ୍ଥିତ ରହିଥିବା ବେଳେ ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ, ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଯାଜ୍ଞସେନୀ ଜେନା ପ୍ରମୂଖ ଯୋଗ ଦେଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.