Home ଓଡ଼ିଶା ମମତା ବାନାର୍ଜୀଙ୍କୁ “ଜୟ ଶ୍ରୀରାମ” ଚିଠି!

ମମତା ବାନାର୍ଜୀଙ୍କୁ “ଜୟ ଶ୍ରୀରାମ” ଚିଠି!

2260

ଭୁବନେଶ୍ୱର: “ଜୟ ଶ୍ରୀରାମ” ନାରା ଶୁଣି ରାଗି ଯାଉଛନ୍ତି ମମତା।ଆଉ ନାରା ଲଗାଉଥିବା ଲୋକଙ୍କୁ ରାଗରେ କହୁଛନ୍ତି,ଚମଡା ବାହାର କରିଦେବି।ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିଲେ ମମତା।ଏହି ସମୟରେ ରାସ୍ତାର ଆଖପାଖରେ କିଛି ଲୋକ “ଜୟ ଶ୍ରୀରାମ” ନ୍ୟାରା ଦେଇଥିଲେ।ଏହାପରେ ରାଗିଯାଇଥିଲେ ମମତା।କାରରୁ ଓହ୍ଲାଇ ମମତା ସେମାନଙ୍କ ଉପରେ ଚିତ୍କାର କରି ସଂପୃକ୍ତ ଲୋକ ସବୁ ବାହାରୁ ଆସିଛନ୍ତି ଓ ବିଜେପିର ଏଜେଣ୍ଟ ବୋଲି କହିଥିଲେ।ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଦଳୀୟ କର୍ମକର୍ତାଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ଧାରଣାର ଆୟୋଜନ କରାଯାଇଥିଲା।ଏହି ଧାରଣାରେ ଯୋଗଦେବାକୁ ମମତା ଯୋଗଦେବାକୁ ଯାଉଥିଲେ।ସେଠାରେ ହିଁ ଲୋକ ମାନେ “ଜୟ ଶ୍ରୀରାମ” ନ୍ୟାରା ଲଗାଇଥିଲେ।ଘଟଣାରେ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖିଛି।ତେବେ ଏହାକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରୁ ମମତା ବାନାର୍ଜୀଙ୍କ ପାଖକୁ “ଜୟ ଶ୍ରୀରାମ” ଲେଖା ଥିବା ଚିଠି ପଠାଯାଉଛି।/ଦେବଦତ୍ତ ରଥ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ:କିଏ କହେ ମୋଦୀ,କିଏ କହେ ଯୋଗୀ!

ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.