Home ଓଡ଼ିଶା ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?

ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?

3247

ଭୁବନେଶ୍ୱର:ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତାଙ୍କୁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ମିଳିଛି।ପ୍ରତାପ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ନେବା ସହ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି।ତେବେ ଏଠାରେ ଏକ ଉଲ୍ଲେଖନୀୟ ଘଟଣା ଲକ୍ଷ କରାଯାଇଛି।ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି।ଯେଉଁ ବିଜୁ ବାବୁଙ୍କୁ ନେଇ ବିଜେଡି ରାଜନୀତି କରୁଛି, ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସେହି ବିଜୁ ବାବୁଙ୍କ ଫଟୋ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ଦେଖିବାକୁ ମିଳିଛି!ଏହାକୁ ନେଇ ଏବେ ଭିନ୍ନଭିନ୍ନ ଆଲୋଚନା ହେଉଛି।ତେବେ,ଗାନ୍ଧୀଙ୍କୁ ମୋଦୀ କଂଗ୍ରେସ ଠାରୁ ହାଇଜାକ୍ କରିନେବା ପରି,ବହୁଜନ ସମାଜ ପାର୍ଟି କିମ୍ବା ମାୟାବତୀଙ୍କ ଠାରୁ ଆମ୍ବେଦକରଙ୍କୁ ହଇଜାକ୍ କରିନେବା ପରି, ପ୍ରତାପ ଷଡ଼ଙ୍ଗୀ ବିଜେଡି ଠାରୁ ବିଜୁ ବାବୁଙ୍କୁ ହଇଜାକ୍ କରିନେବା ଯୋଜନାରେ ଆଉ ନାହାଁନ୍ତି ତ’?ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ଫେସବୁକ ପେଜରେ ମଧ୍ୟ ପୋଷ୍ଟ ହୋଇଥିବା ବେଳେ ଏହା ତାଙ୍କ କାର୍ଯ୍ୟାଳୟ ନାଁ ଓଡ଼ିଶା ଭବନ ତାହା ସନ୍ଦେହ ରହିଛି।//ଦେବଦତ୍ତ ରଥ

https://www.facebook.com/321774425170787/posts/329045007777062/

ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ:କିଏ କହେ ମୋଦୀ,କିଏ କହେ ଯୋଗୀ!

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.