Home ଓଡ଼ିଶା ପିସି କାରବାରରେ ଓଡ଼ିଶା ଲୋକ ପେଶୀ ହେଉଛନ୍ତି:ବସନ୍ତ ପଣ୍ଡା ନୀଳଗିରିରେ ଜନ ପରାମର୍ଶ ପଦଯାତ୍ରା

ପିସି କାରବାରରେ ଓଡ଼ିଶା ଲୋକ ପେଶୀ ହେଉଛନ୍ତି:ବସନ୍ତ ପଣ୍ଡା ନୀଳଗିରିରେ ଜନ ପରାମର୍ଶ ପଦଯାତ୍ରା

739

୩୬ ଲକ୍ଷ କାର୍ଯ୍ୟକର୍ତ୍ତା ମିଶନ ୧୨୦ ପୂରଣ କରାଇବାରେ ସହାୟକ ହେବେ:ବସନ୍ତ ପଣ୍ଡା
ଭୁବନେଶ୍ୱର:ବିଜେପି ପକ୍ଷରୁ ଚାଲିଥିବା ମୋର ଆଶା ନୂଆ ଓଡ଼ିଶା,”ଜନ ପରାମର୍ଶ ପଦଯାତ୍ରା” ଅନୁଯାୟୀ ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରିର ବିଭିର୍ଣ୍ଣ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗୋପୀନାଥପୁର ଶାସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯୋଗଦେଇ କହିଛନ୍ତି ଯେ ବିଜେପିର ୩୬ ଲକ୍ଷ କାର୍ଯ୍ୟକର୍ତ୍ତା ମିଶନ ୧୨୦ ଯୋଜନାକୁ ପୂରଣ କରାଇବାରେ ସହାୟକ ହେବେ।ନରେନ୍ଦ୍ର ମୋଦୀଙ୍କ ବିଭିର୍ଣ୍ଣ ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନବୀନ ସରକାରଙ୍କ ଶାସନ କାଳରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର ବିଷୟରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ।ନବୀନ ସରକାରଙ୍କର ଶାସନରେ ପିସି କାରବାରରେ ସାଧାରଣ ଲୋକ ୧୯ ବର୍ଷ ହେଲା ପେଶୀ ହେଉଛନ୍ତି ବୋଲି ବସନ୍ତ ଆକ୍ଷେପ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ନେତ୍ରୀ ତଥା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ,ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ,ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀ ଆଦି ଯୋଗ ଦେଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.