Home ଓଡ଼ିଶା ଏ ଧର୍ମ ସଭା ଅନ୍ତିମ:ଭିଏଚପି ଅଯୋଧ୍ୟା ପରିସ୍ଥିତି ଗମ୍ଭୀର!

ଏ ଧର୍ମ ସଭା ଅନ୍ତିମ:ଭିଏଚପି ଅଯୋଧ୍ୟା ପରିସ୍ଥିତି ଗମ୍ଭୀର!

774

★ସୁରକ୍ଷା ବଳୟ ଭିତରେ ଅଯୋଧ୍ୟା:ଧାରା ୧୪୪ ଲାଗୁ
★ଅନେକ ପ୍ରତିବନ୍ଧ:ଠିଆ ହୋଇ ପାରିବିନି,କି ବସି ବି ପାରିବନି!
ଅଯୋଧ୍ୟା:ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଘୋଷଣା କରିଛି,ଅଯୋଧ୍ୟାରେ ହେବାକୁ ଯାଉଥିବା ଏ’ ଧର୍ମସଭା ମନ୍ଦିର ନିର୍ମାଣ ପାଇଁ ଅନ୍ତିମ ସଭା।ଭିଏଚପି ପକ୍ଷରୁ କୁହାଯାଇଛି ଯେ,ଏବେ ମନ୍ଦିର ନିର୍ମାଣ ପାଇଁ ସଭା,ପ୍ରଦର୍ଶନ ଏବଂ ଧାରଣା ଜରିଆରେ ସନ୍ଦେଶ ଦିଆଯାଇ ବିରୋଧୀ ମାନଙ୍କୁ ଆଉ ବୁଝା ଯିବନି।ଏଥର ସିଧା ମନ୍ଦିର ନିର୍ମାଣ କାମ ହେବ।ଭିଏଚପି ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ କୁହାଯାଇଛି କି,ଏହି ଧର୍ମସଭା ମନ୍ଦିର ନିର୍ମାଣ ପାଇଁ ଅନ୍ତିମ ସଭା ହେବ।ଅଧିକରୁ ଅଧିକ ହିନ୍ଦୁ ସମାଜ ୨୫ ନଭେମ୍ବରରେ ଅଯୋଧ୍ୟାରେ ପହଁଚିବା ପାଇଁ ଭିଏଚପି ପକ୍ଷରୁ ଆହ୍ୱାନ କରାଯାଇଛି।କୁହାଯାଇଛି କି’ ହିନ୍ଦୁ ମାନଙ୍କୁ ଏହି ସଭାରେ ଭାଗ ନେଇ ଦେଖାଇବାର ଆବଶ୍ୟକତା ଅଛି ଯେ,ଦେଶ କ’ଣ ଚାହୁଁଛି।

ସୂଚନାଯୋଗ୍ୟ ଅଯୋଧ୍ୟାରେ ନଭେମ୍ବର ୨୫ରେ ହେବାକୁ ଥିବା “ଧର୍ମ ସଭା”ରେ ସାରା ଦେଶରୁ ବହୁ ସଂଖ୍ୟାରେ ସାଧୁସନ୍ଥ,ରାମଭକ୍ତ ଏକତ୍ରିତ ହେବାର ସମ୍ଭାବନା ରହିଛି।ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମଧ୍ୟ ଅଯୋଧ୍ୟା ଯିବା ସହ କଳା ପତାକା ପ୍ରଦର୍ଶନ କରିବାର ଯୋଜନା ରହିଥିବା ଜଣାପଡିଛି।

ଏଣେ ଅଯୋଧ୍ୟାରେ ଧର୍ମସଭା,ନଗର ପରିକ୍ରମା,କାର୍ତ୍ତିକ ପୂର୍ଣ୍ଣିମା ମେଳା ଏବଂ ଦେଶରେ ଆତଙ୍କବାଦୀ ଗତିବିଧି ଆଦିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାମ ଜନ୍ମଭୂମି/ବାବରୀ ମସଜିଦ ଅଧିଗ୍ରହିତ ପରିସରରେ ଶାନ୍ତି ବ୍ୟବସ୍ଥା ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ୧୭ ଜାନୁଆରି ୨୦୧୯ ପର୍ଯ୍ୟନ୍ତ ଧାରା ୧୪୪ ବଢ଼ାଇ ଦିଆଯାଇଛି।ଜିଲ୍ଲାରେ ନିଷେଧାଦେଶ ଲାଗୁ ହୋଇଛି।ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରି ଦିଆଯାଇଛି।କୌଣସି ବି ବ୍ୟକ୍ତି ଅଧିଗୃହିତ ଅଞ୍ଚଳରେ ନିର୍ଦ୍ଧାରିତ ପ୍ରବେଶ ମାର୍ଗ ବ୍ୟତୀତ ଅନ୍ୟ କୌଣସି ରାସ୍ତାରେ ପ୍ରବେଶ ନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଛି।ଏହା ସହ କୌଣସି ବି ବ୍ୟକ୍ତି ପ୍ରବେଶ ଦ୍ୱାରଠାରୁ ପ୍ରସ୍ଥାନ ଦ୍ୱାର ପର୍ଯ୍ୟନ୍ତ କୋଉଠି ବି ଠିଆହୋଇ ପାରିବିନି,କି ବସି ବି ପାରିବନି।ଏହା ସହ କୌଣସି ବି ବ୍ୟକ୍ତି ଦଣ୍ଡ/ଲାଠି,ଅସ୍ତ୍ର/ଶସ୍ତ୍ର କିମ୍ବା ଜ୍ଵଳନଶୀଳ ପଦାର୍ଥ,ବିସ୍ଫୋଟକ ପଦାର୍ଥ,ମୋବାଇଲ ଫୋନ ବା କୌଣସି ବି ଇଲେକ୍ଟ୍ରୋନିକ ଡିଭାଇସ ସାଙ୍ଗରେ ଧରି ପରିସର ପାଖଦେଇ ଯାଇପାରିବ ନାହିଁ।

ଏପରି ପରିସ୍ଥିତି ଭିତରେ ଅଯୋଧ୍ୟା/ଫୈଜବାଦ ଅଞ୍ଚଳରେ ପରିସ୍ଥିତି ସମ୍ବେଦନଶୀଳ ରହିଛି।ସ୍ଥାନୀୟ ଉଭୟ ହିନ୍ଦୁ/ମୁସଲିମ ସଂପ୍ରଦାୟ ଲୋକ ଆତଙ୍କିତ ଅଛନ୍ତି।ଏବେଠାରୁ ଲୋକ ସାମ୍ଭାବ୍ୟ ଭୟରେ ଅତ୍ୟାବଶକ ସାମଗ୍ରୀ ଘରେ ମହଜୁଦ ରଖୁଛନ୍ତି।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.