Home Top News ବଜାରରେ ମିଳୁଛି ୨୦୦ ଟଙ୍କା ଭିତରେ ଏମିତି ଇନ୍‌ଭରର୍ଟର ବଲ୍ବ, ଯାହାକି ବିଜୁଳି ଚାଲିଗଲେ ମଧ୍ୟ...

ବଜାରରେ ମିଳୁଛି ୨୦୦ ଟଙ୍କା ଭିତରେ ଏମିତି ଇନ୍‌ଭରର୍ଟର ବଲ୍ବ, ଯାହାକି ବିଜୁଳି ଚାଲିଗଲେ ମଧ୍ୟ ୬ ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ

122

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଦେଶର ଅନେକ ଅଞ୍ଚଳରେ ଏବେ ମଧ୍ୟ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ନାହିଁ। ଏଭଳି ପରିସ୍ଥିତିରେ ଡିଜି ସେଟ୍ ଏବଂ ଇନଭର୍ଟରକୁ ବ୍ୟବହାର କରିବାକୁ ପଡିଥାଏ। ଡିଜି ପ୍ରଦୂଷଣ କରିଥାଏ ଏବେ ଏବଂ ଇନଭର୍ଟର ମହଙ୍ଗା ହେବା କାରଣରୁ ଅଧିକାଂଶ ଘରେ ସଂସ୍ଥାପିତ ହୋଇପାରେ ନାହିଁ। ଏହି ପରିସ୍ଥିତିରେ କିଛି ଲୋକେ ଏମରଜିନ୍ସି ଲାଇଟ୍ ଯାହାକି କିଛି ଯାଗାରେ ଲାଇଟ୍‌ ଯୋଗାଇଥାଏ କିମ୍ବା ମହମବତୀ କିମ୍ବା ଲଣ୍ଠନ ବ୍ୟବହାର କରିଥାନ୍ତି। ମହମବତୀ କିମ୍ବା କିରୋସିନି ଲଣ୍ଠନ ମଧ୍ୟ ଖର୍ଚ୍ଚବହୁଳ। ଏ କ୍ଷେତ୍ରରେ ଭଲ ରଶ୍ମିମଧ୍ୟ ମିଳିପାରିନଥାଏ। ତେବେ ଆପଣମାନେ ଜାଣନ୍ତି ଆଜିର ଦିନରେ ଟେକ୍ନୋଲୋଜି ମଧ୍ୟ ବହୁତ ଆଡ୍‌ଭାନ୍ସ ହେଲାଣି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଶସ୍ତା ସୁନ୍ଦର ଏବଂ ମଜଭୁତ ତଥା ବ୍ୟୟ ସାପେକ୍ଷ ଏଲ୍‌ଇଡି ବଲ୍ବ ବଡାରରେ ମିଳୁଛି। ଯାହାକି ପୂର୍ବରୁ ବହୁତ ମହଁଗା ହେଉଥିଲେ ମଧ୍ୟ ଆଜିର ପ୍ରତିଯୋଗିତା ମୂଳକ ବଜାରରେ ଅନେକ କଂମ୍ପାନୀ ଏବେ ଏହି ଇନ୍‌ଭର୍ଟର ଏଲ୍‌ଇଡି ବଲ୍ବ ୯ୱାଟ୍‌ ପ୍ରାୟ ୧୫୦ ଟଙ୍କାରୁ ୭୦୦ ପର୍ଯ୍ୟନ୍ତ ଉପଲବ୍ଧ କରାଉଛନ୍ତି। ତେବେ ଆପଣଙ୍କୁ ଦେଖିବାକୁ ପଡ଼ିବଯେ ଏହି ବଲ୍ବ ଗୁଡ଼ିକ ଆପଣ କେଉଁ କଂମ୍ପାନୀର କିଣିବେ ଏବଂ କେତେ ସମୟ ବ୍ୟାକଅପ୍‌ ଦେଉଛି ଏହା ସହିତ କେତେ ସମୟ ଗ୍ୟାରେଣ୍ଟି ମିଳିଛି। ଏବଂ ଇଣ୍ଡିଆ ଏକ୍ସପୋ ମାର୍ଟରେ ଚାଲିଥିବା ଏଲଇଡି ପ୍ରଦର୍ଶନୀରେ ଏକ ବଲ୍ବ ଉନ୍ମୋଚିତ ହୋଇଛି ଯାହା ୬ ଘଣ୍ଟା ବିଦ୍ୟୁତ୍ ଚାଲିଗଲେ ମଧ୍ୟ ଜଳିବ। ବିଦ୍ୟୁତ୍ ବ୍ୟାକଅପ୍ ପାଇଁ ଏହା ଭିତରେ ବ୍ୟାଟେରୀ ସ୍ଥାପିତ ହୋଇଛି, ଏଥିରେ ବ୍ୟାଟେରୀ ସୁରକ୍ଷା ମଧ୍ୟ ଅଛି ଯାହା ଦ୍ୱାରା ଏହା ଚାର୍ଜ ଏବଂ ଡିସଚାର୍ଜ ହୋଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.