Home Top News ବିଶ୍ୱ ବନ୍ଧୁତ୍ୱ ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

ବିଶ୍ୱ ବନ୍ଧୁତ୍ୱ ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

263

ବନ୍ଧୁତା ଦୁଇ କିମ୍ବା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହର ଏକ ସମ୍ପର୍କ। ବନ୍ଧୁତାର ସମ୍ପର୍କ ଯେ କୌଣସି ଏକ ସଂଘଠାରୁ ମଧ୍ୟ ଶକ୍ତିଶାଳୀ ସମ୍ପର୍କ ହୋଇଥାଏ। ଏକ ବିଶ୍ୱ ସୌଭାଗ୍ୟ ତଥ୍ୟ ଅନୁଯାୟୀ ନିବିଡ଼ ବନ୍ଧୁତା ଥିବା ଲୋକମାନେ ଅଧିକ ସୁଖୀ ହୋଇଥାଆନ୍ତି। ବନ୍ଧୁତା ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପରିକ ବୁଝାମଣା, କରୁଣା, ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ମତ ଗ୍ରହଣ କରିବା ଏବଂ ଯେଉଁଠି ବିନା ଡରରେ ଭୁଲ୍ କରିବା ପ୍ରଭୃତି ରହିଥାଏ। ଯଦିଓ ବନ୍ଧୁତାରେ ସେପରି କୌଣସି ବ୍ୟବହାରିକ ସୀମା ନଥାଏ, ଯାହା ଉପରେ ନିର୍ଭର କରି ଲୋକମାନେ ବନ୍ଧୁତା କରିବେ। ତଥାପି ବନ୍ଧୁତା ଏକ ସମାନ ପରିବେଶ, ଜୀବିକା କିମ୍ବା ଆଗ୍ରହ ଉପରେ ମୁଖ୍ୟତଃ ପରିବେଶିତ ହୋଇଥାଏ। ବନ୍ଧୁତାର ଆଧୁନିକ ଅର୍ଥ ବର୍ଣ୍ଣନା କରାଯାଇ କୁହାଯାଏ, “ବନ୍ଧୁତା ଜଣଙ୍କ ସହ ଏକ ସୁସ୍ଥ ତଥା ଖୁସିକର ସମ୍ପର୍କ ରଖିବା ଠାରୁ ଅନ୍ୟ କିଛି ନୁହେଁ।” ବାସ୍ତବରେ ବନ୍ଧୁତା କ’ଣ ତା’ ଠାରୁ କିଛି ଅଧିକ ନୁହେଁ? ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ବନ୍ଧୁତା ଏହି ସବୁ ଶବ୍ଦରେ ସୀମିତ ନୁହେଁ। ଏହା ସମସ୍ତ ସୀମାରୁ ଉର୍ଦ୍ଧ୍ୱରେ। ସମ୍ପର୍କ, ଯାହା ହୃଦୟରୁ ଆସିଥାଏ ଏବଂ ସୁଖ ପ୍ରଦାନ କରେ ତାକୁ ବନ୍ଧୁତା କୁହାଯାଏ। ବନ୍ଧୁତା ପାଇଁ ଏହାଠାରୁ ବଳି ଅଧିକ ଉପଯୁକ୍ତ ବର୍ଣ୍ଣନା ନଥାଇପାରେ।

ଅନ୍ୟାନ୍ୟ ଦିବସ ପରି ବନ୍ଧୁତ୍ୱ ଦିବସ ପାଳନ ପାଇଁ ମଧ୍ୟ ଗୋଟିଏ ଦିନ ରହିିିଛି। ତଥ୍ୟ ଅନୁଯାୟୀ, ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକାରେ ଜୋର ଧରିବା ଆରମ୍ଭ କରିଥିଲେ ମଧ୍ୟ ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା। ୧୯୫୮ ମସିହାରେ ଦକ୍ଷିଣ ଆମେରିକାରେ ୩୦ ଜୁଲାଇକୁ ପ୍ରଥମେ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା। ୨୦୧୧ ଏପ୍ରିଲ୍ ୨୭ ତାରିଖରେ ଜାତିସଂଘ ଜୁଲାଇ ୩୦ ତାରିଖକୁ ‘ଇଣ୍ଟରନ୍ୟାଶ୍‌ନାଲ୍ ଫ୍ରେଣ୍ଡଶିପ୍ ଡେ’ ବା ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିଥିଲେ। ତେବେ, ବନ୍ଧୁତ୍ୱ ଦିବସ ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ହୋଇଥାଏ। ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ। ଭାରତ ସମେତ ବାଂଲାଦେଶ, ମ୍ୟାଲେସିଆ ଓ ୟୁଏଇ ପରି କିଛି ଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବୋଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍‌ରେ ଜୁଲାଇ ୨୦, କୋଲୋମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ୟୁକୋଡୋର୍‌ରେ ଜୁଲାଇ ୧୪, ମ୍ୟାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍‌ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ଅବର୍ଲିନ, ଓହିୟା ପରି ଦେଶ ମାନଙ୍କରେ ୮ ଏପ୍ରିଲରେ ବନ୍ଧୁତ୍ୱ ଦିବସ ପାଳିଥାଆନ୍ତି।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.