Home Top News ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍‌ ନିର୍ବାଚନରେ ଭାରତର ବିଜୟ: ଓଡ଼ିଶା ବିଜେପି ପାଇଁ ଅସହ୍ୟ!

ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍‌ ନିର୍ବାଚନରେ ଭାରତର ବିଜୟ: ଓଡ଼ିଶା ବିଜେପି ପାଇଁ ଅସହ୍ୟ!

95

ଭୁବନେଶ୍ୱର: ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍ (ଆଇପିୟୁ) ନିର୍ବାଚନରେ ବିଜୟ ହୋଇଛି ଭାରତ। ଭାରତ ପକ୍ଷରୁ ଆଇପିୟୁ ସଦସ୍ୟା ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଚାଳନା ସମିତି ନିର୍ବାଚନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବିଜୟ ଲାଭ କରିଛନ୍ତି। ଆଇପିୟୁର ୧୫ ଜଣିଆ ସମିତିରେ ଗୋଟିଏ ପଦ ଖାଲି ପଡ଼ିଥିଲା। ଏହି ଖାଲି ପଦ ପୂରଣ ପାଇଁ ହୋଇଥିବା ନିର୍ବାଚନରେ ଭାରତ ପକ୍ଷରୁ ପ୍ରତିନଧିତ୍ୱ କରି ଅପରାଜିତା ଦୁଇ ତୃତୀୟାଂଶ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି। ଭାରତର ପ୍ରାର୍ଥୀ ଆଇପିୟୁରେ ବିଜୟୀ ହୋଇଥିବାରୁ ଏହା ଦେଶ ପାଇଁ ଗୌରବ ଆଣିଛି। ଦୁଇ ଦଶନ୍ଧି ପରେ ଭାରତ ପାଇଁ ଏପରି ସୁଯୋଗ ଆସିଛି। ଏହା ପୂର୍ବରୁ ୧୯୯୯ – ୨୦୦୨ ମସିହାରେ ଭାରତରୁ ନଜ୍‌ମା ହେପତୁଲ୍ଲା ଆଇପିୟୁ ପରିଚାଳନା ସମିତିରେ ଅଧ୍ୟକ୍ଷା ରହିଥିଲେ। ଆଇପିୟୁରେ ୧୭୮ଟି ଦେଶ ଏହାର ସଦସ୍ୟ ଅଛନ୍ତି। ଏବେ ଆଇପିୟୁ ପରିଚାଳନା ସମିତି ନିର୍ବାଚନରେ ଭାରତର ପ୍ରତିନିଧି ଭାବରେ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ଭାରତ ପାଇଁ ଏକ ଭଲ ସଫଳତା। ଏହି ବିଜୟ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାରତ ପକ୍ଷରୁ ତାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।ଏହା ଭାରତ ପାଇଁ ତ’ ଗର୍ବର କଥା ତା’ ସହିତ ଓଡ଼ିଶାର ଜଣେ ସାଂସଦ ଅନ୍ତଃ ସଂସଦୀୟ ୟୁନିୟନ ସମିତି ସଦସ୍ୟ ଭାବରେ ନିର୍ବାଚିତ ହେବା ଓଡ଼ିଶା ପାଇଁ ମଧ୍ୟ ଗର୍ବର କଥା। ଏହାସହ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ବିଜେପିର ଜଣେ ସାଂସଦ ହୋଇଥିବାରୁ ଓଡ଼ିଶା ବିଜେପି ପାଇଁ ମଧ୍ୟ ଏହା ଗର୍ବ ଓ ଗୌରବର କଥା। କିନ୍ତୁ, ଏହାକୁ ନେଇ କାଇଁ ଖୁସି ପ୍ରକଟ କରିନି ଓଡ଼ିଶା ବିଜେପି। ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କିମ୍ବା ଓଡ଼ିଶା ବିଜେପିର ସେମିତି କେହି ପ୍ରମୂଖ ନେତୃତ୍ୱ ଏଥିନେଇ ଖୁସି ପ୍ରକଟ କରି ନାହାଁନ୍ତି କିମ୍ବା କେହି ସେପରି ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। କେବଳ ଜଣଙ୍କର ଖୋସାମତି କରିବାକୁ ଯାଇ ଅପରାଜିତାଙ୍କ ପ୍ରତି ଅସହ୍ୟ ହୋଇ ଭାରତର ବିଜୟରେ ଖୁସି ନାହିଁ ଓଡ଼ିଶା ବିଜେପି!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.