Home Top News କର୍ଣ୍ଣାଟକ ହିଜାବ ବ୍ୟାନ ମାମଲା : ସୁପ୍ରିମକୋର୍ଟରେ ବିଚାରପତିଙ୍କର ପୃଥକ ରାୟ

କର୍ଣ୍ଣାଟକ ହିଜାବ ବ୍ୟାନ ମାମଲା : ସୁପ୍ରିମକୋର୍ଟରେ ବିଚାରପତିଙ୍କର ପୃଥକ ରାୟ

73

ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଗତ ବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିବା କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର ଉଡ଼ୁପି ସରକାରୀ ପ୍ରି-ୟୁନିଭରସିଟି ମହିଳା ମହାବିଦ୍ୟାଳୟର ୬ ଜଣ ପ୍ରି-ୟୁନିଭରସିଟି ଛାତ୍ରୀ ହିଜାବରେ କ୍ଲାସରେ ଯୋଗଦେବାକୁ ଅନୁମତି ଦାବି କରିଥିଲେ। ଏହା ପରେ ଏହି ମାମଲା ଏକ ନୂଆ ମୋଡ଼ ନେଇଥିଲା। ମାମଲା ହାଇକୋର୍ଟ ପରେ ସୁପ୍ରିମ କୋର୍ଟ ପହଁଚିଥିଲା।

ସୁପ୍ରିମକୋର୍ଟ ଗୁରୁବାରଦିନ କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାରେ ରାୟ ପ୍ରଦାନ କରିଛନ୍ତି। କିନ୍ତୁ ଏହି ରାୟରେ ଦୁଇ ବିଚାରପତିଙ୍କର ରାୟ ପ୍ରଦାନରେ ପାର୍ଥକ୍ୟତା ଦେଖିବାକୁ ମିଳିଛି। ତେବେ ଏହି ମାମଲା ଏବେ ଦୁଇ ଦୃଷ୍ଟିକୋଣରେ ବିଭକ୍ତ ହୋଇ ଉପଯୁକ୍ତ ନିର୍ଦ୍ଦେଶ ପାଇଁ ଏହି ମାମଲା ଭାରତର ପ୍ରଧାନ ବିଚାରପତି ୟୁ ୟୁ ଲଲିତଙ୍କ ନିକଟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଷ୍ଟିସ ହେମନ୍ତ ଗୁପ୍ତା କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଖାରଜ କରିଦେଇଥିବାବେଳେ ଜଷ୍ଟିସ ସୁଦର୍ଶନ ଧୁଲିଆ ଏହାକୁ ଅନୁମତି ଦେଇଛନ୍ତି। ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟର ଉଚ୍ଚତମ ଖଣ୍ଡପୀଠ ନିକଟରେ ଶୁଣାଣି ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.