Home ଓଡ଼ିଶା ଭାରତୀୟ ସେନାରେ ମାଟ୍ରିକ ପାସ ନାବିକଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭାରତୀୟ ସେନାରେ ମାଟ୍ରିକ ପାସ ନାବିକଙ୍କ ପାଇଁ ନିଯୁକ୍ତି ସୁଯୋଗ

436

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ନାବିକ ନିଯୁକ୍ତି ପାଇଁ ଭାରତୀୟ ନୌସେନା ସେପ୍ଟେମ୍ବର ୨୦୧୯ରେ ‘ଭାରତୀୟ ନୌସେନା ପ୍ରବେଶିକା ପରୀକ୍ଷା (ଆଇଏନଇଟି)’ ନାମରେ ଏକ କମ୍ପ୍ୟୁଟର ଆଧାରିତ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏପ୍ରିଲ ୧, ୨୦୦୦ରୁ ମାର୍ଚ୍ଚ ୩୧, ୨୦୦୩ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପୁରୁଷ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ଆବଶ୍ୟକ। ମାଟ୍ରିକ ପାସ କରି ନୌସେନାରେ ନାବିକ ଭାବେ ନିଯୁକ୍ତ ହୋଇଥିବା ପ୍ରାର୍ଥୀ ସେଫ, ଷ୍ଟିୱାର୍ଡ ଏବଂ ହାଇଜିନିଷ୍ଟ ପଦବୀରେ କାର୍ଯ୍ୟ କରିଥା’ନ୍ତି।

www.joinindiannavy.gov.inମାଧ୍ୟମରେ କେବଳ ଅନଲାଇନ ଆବେଦନ ପତ୍ର ଗ୍ରହଣ କରାଯିବ। ଆବେଦନ ୱିଣ୍ଡୋ ଖୋଲିବା ପୂର୍ବରୁ ସମୟ ବଂଚାଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ www.joinindiannavy.gov.inରେ ସେମାନଙ୍କୁ ପଞ୍ଜିକୃତ କରିପାରିବେ। ପଞ୍ଜିକରଣ ପାଇଁ ଅନ୍ୟକୌଣସି ଆପ କିମ୍ବା ୱେବସାଇଟ ନାହିଁ। ୱେବସାଇଟରେ ସେମାନଙ୍କ ୟୁଜର ଆକାଉଂଟ ଖୋଲିବା ପରେ ଆବେଦନକାରୀମାନେ ଅନଲାଇନ ଆବେଦନ ପତ୍ର ଦାଖଲ ୱିଣ୍ଡୋ ସମ୍ବନ୍ଧରେ ଇମେଲ ଆଲର୍ଟ ପାଇବେ। ଅନଲାଇନରେ ପଞ୍ଜିକରଣ କରିବା ପରେ ଆବେଦନକାରୀମାନେ ସେମାନଙ୍କ ବ୍ୟକ୍ତିଗତ, ଶିକ୍ଷାଗତ ତଥା ଯୋଗାଯୋଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ଆବଶ୍ୟକ। ପ୍ରାର୍ଥୀମାନେ ସେମାନଙ୍କ ଆକାଉଂଟରେ ସହାୟକ କାଗଜପତ୍ର ଅପଲୋଡ କରିବାରେ ମଧ୍ୟ ସମର୍ଥ ହେବେ। ଆବେଦନପତ୍ର ୱିଣ୍ଡୋ ଖୋଲିବା ପରେ ଆଗୁଆ ପଞ୍ଜିକରଣ କରିଥିବା ପ୍ରାର୍ଥୀମାନଙ୍କ ସମୟ ସଂଚୟ ହୋଇପାରିବ।

ଆଇଏନଇଟିରେ କୃତକାର୍ଯ୍ୟ ହେବା ପରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଚୟନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଡକାଯିବ। ଏହି ପର୍ଯ୍ୟାୟରେ ରହିଛି ଶାରୀରିକ ଫିଟନେସ ପରୀକ୍ଷା ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟଗତ ପରୀକ୍ଷା। ଏହି ପର୍ଯ୍ୟାୟ ଶେଷ ହେବା ପରେ ଏକ ଯୋଗ୍ୟତାଭିତିକ ସୂଚୀ ପ୍ରସ୍ତୁତ କରାଯିବ ଏବଂ ସଫଳ ପ୍ରାର୍ଥୀମାନଙ୍କୁ ଓଡିଶାର ଆଇଏନଏସ ଚିଲିକାଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣରେ ସାମିଲ ହେବା ପାଇଁ ଡକାଯିବ। ଏଠାରେ ଚୂଡାନ୍ତ ସ୍ୱାସ୍ଥ୍ୟଗତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସଫଳ ପ୍ରାର୍ଥୀଙ୍କୁ ଭାରତୀୟ ନୌସେନାରେ ନିଯୁକ୍ତି ମିଳିବ। ୨୦୨୦ ଏପ୍ରିଲରେ ପ୍ରଶିକ୍ଷଣ ଆରମ୍ଭ ହେବ। ଏହି ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ଏବଂ ସ୍ୱାସ୍ଥ୍ୟଗତ ସ୍ତର ଜାଣିବା ପାଇଁ www.joinindiannavy.gov.inରେ ଲଗଇନ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.