Home ଆନ୍ତର୍ଜାତୀୟ ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କୀ ଆକ୍ରମଣର ଆଶଙ୍କା: ହାଇ ଆଲର୍ଟରେ ନୌସେନା

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କୀ ଆକ୍ରମଣର ଆଶଙ୍କା: ହାଇ ଆଲର୍ଟରେ ନୌସେନା

456

ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ର ଅଧିକାଂଶ ପ୍ରାବଧାନକୁ ସମାପ୍ତ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଶରେ ବାଣ୍ଟିବା, ସରକାରଙ୍କର ନିଷ୍ପତି ପରେ, ଆତଙ୍କୀ ଆକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ସ୍ଥିତିକୁ ଦେଖି ହାଇ ଆଲର୍ଟରେ ଏବେ ନୌସେନା।

ଭାରତୀୟ ନୌସେନା (Indian Navy) ଜରୁକୀଳୀନ ଭିତ୍ତିରେ କୌଣସି ଅଭିଯାନ ପାଇଁ ନିଜର ଯୁଦ୍ଧ ଜାହାଜକୁ ହାଇ ଆଲର୍ଟରେ ରଖିଛି। ଜାମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ର ଅଧିକାଂଶ ପ୍ରାବଧାନକୁ ସମାପ୍ତ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଶରେ ବାଣ୍ଟିବା, ସରକାରଙ୍କର ନିଷ୍ପତି ପରେ, ଆତଙ୍କୀ ଆକ୍ରମଣର ଆଶଙ୍କା ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି ନୌସେନା ଏହି ପଦକ୍ଷେପ ଉଠାଇଥିବା ରକ୍ଷା ସୂତ୍ରରୁ ଶୁକ୍ରବାରଦିନ ଏହା ସୂଚନା ମିଳିଛି।

ସୂତ୍ରରୁ ଜଣାପଡ଼ିଛି କି ସମସ୍ତ ନୌସେନା ଷ୍ଟେସନକୁ କୌଣସି ମଧ୍ୟ ସମ୍ଭାବିତ ସୁରକ୍ଷା ଚ୍ୟାଲେଞ୍ଜ କୁ ସମ୍ମୁଖୀନ ହେବା ପାଇଁ ହାଇ ଆଲର୍ଟରେ ରଖାଯାଇଛି। ଭାରତୀୟ ସେନା ମଧ୍ୟ ସରକାରଙ୍କର ନିଷ୍ପତି ପରେ ହାଇ ଆଲର୍ଟରେ ଅଛନ୍ତି।

ଚଳିତବର୍ଷ ଫେବ୍ରୁଆରୀରେ ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ମଧ୍ୟରେ ସୃଷ୍ଟି ହୋଇଥିବା ଚିନ୍ତା କାରଣରୁ ଭାରତୀୟ ନୌସେନା ଉତ୍ତର ଆରବ ସାଗରରେ ବିମାନ ବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟ, ପରମାଣୁ ପନଡୁବ୍ବୀ ଚକ୍ର, ୬୦ ଜହାଜ ଏବଂ ପ୍ରାୟତଃ ୮୦ ବିମାନକୁ ଅଭିଯାନ ପାଇଁ ନିଯୁକ୍ତ କରିଥିଲା। ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁ ସେନା ବାଲାକୋଟରେ ୨୬ ଫେବ୍ରୁଆରୀରେ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣାକୁ ଧ୍ୱସ୍ତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.