Home ଓଡ଼ିଶା ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ସୁପ୍ରୀମ କୋର୍ଟର ଆଦେଶ ସତ୍ତ୍ୱେ ପୀଡ଼ିତାକୁ ଏ ପର୍ଯ୍ୟନ୍ତ ମିଳିନାହିଁ...

ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ସୁପ୍ରୀମ କୋର୍ଟର ଆଦେଶ ସତ୍ତ୍ୱେ ପୀଡ଼ିତାକୁ ଏ ପର୍ଯ୍ୟନ୍ତ ମିଳିନାହିଁ CRPF ସୁରକ୍ଷା

222

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଏକ ଅଗଷ୍ଟରେ ସୁପ୍ରୀମ କୋର୍ଟ ଆଦେଶ ଦେଇଥିଲେ କି ବଳାତ୍କାର ପୀଡ଼ିତା, ଏବଂ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କର ଓକିଲକୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF)ର ସୁରକ୍ଷା ଯୋଗାଇଦେବା ପାଇଁ। କିନ୍ତୁ ସୁପ୍ରୀମ କୋର୍ଟର ଆଦେଶ ସତ୍ତ୍ୱେ ପୀଡ଼ିତାକୁ ଏ ପର୍ଯ୍ୟନ୍ତ CRPF ସୁରକ୍ଷା ମିଳିନାହିଁ। ବିଚାରପତି ଧର୍ମେଶ ଶର୍ମା ଏହି ସମ୍ବନ୍ଧରେ ଜାଞ୍ଚ ଅଧିକାରୀଙ୍କୁ ଶନିବାର ପର୍ଯ୍ୟନ୍ତ ରିପୋର୍ଟ ଦେବାକୁ କହିଛନ୍ତି।

ଉନ୍ନାବ ବଳାତ୍କାର ପୀଡ଼ିତା (୧୯) ଏବଂ ତା’ର ପରିଜନମାନଙ୍କର ଓକିଲ ଧର୍ମେନ୍ଦ୍ର ମିଶ୍ର ଏବଂ ପୂନମ କୌଶିକ କୋର୍ଟକୁ କହିଛନ୍ତି କି ପୀଡ଼ିତାଙ୍କର ପିତାଙ୍କର ହତ୍ୟାର ସାକ୍ଷୀ ଏବଂ ତା’ ସମ୍ବନ୍ଧୀତ ଉତ୍ତର ପ୍ରଦେଶ ପୁଲିସ ତରଫରୁ ଜଣେ ସୁରକ୍ଷାକର୍ମୀ ଉପଲବ୍ଧ କରାଯାଇଛି।

କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ (CBI) ଏହା ପୂର୍ବରୁ କୋର୍ଟକୁ କହିଥିଲେ କି ବଳାତ୍କାର ପୀଡ଼ିତା ଏବଂ ପିତାକୁ (ବରଖାସ୍ତ ବିଜେପି ବିଧାୟକ) କୁଳଦୀପ ସିଂହ ସେଂଗରର ଭାଇ ଅତୁଲ ସିଂହ ସେଂଗର ଏବଂ ତା’ ଗୁଣ୍ଡାମାନେ ତିନି ଅପ୍ରିଲ ୨୦୧୮ ରେ ସର୍ବସାଧାରଣରେ ଡରାଇବା ପାଇଁ ମରଣାତ୍ମକ ଆକ୍ରମଣ କରିଥିଲେ।

ସିବିଆଇ, ଏହି ମାମଲାରେ ଅନ୍ୟ ଏକ ଅଭିଯୋଗ ପତ୍ରରେ କହିଛି କି ପୀଡ଼ିତାର ପିତାକୁ ଅବୈଧ ହତିଆର ରଖିବାର ଫର୍ଜି ମାମଲାରେ ଗିରଫ କରାଯାଇଥିଲା। ତା’ ପରେ ୯ ଅପ୍ରିଲ ୨୦୧୮ରେ ଜେଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟଯେ, ଏହି ମାମଲାରେ ସୁପ୍ରୀମ କୋର୍ଟର ଆଦେଶ ପରେ ଆରୋପୀ ବିଧାୟକ କୁଲଦୀପ ସିଂହ ସେଂଗରକୁ ଦିଲ୍ଲୀର ତିହାଡ଼ ଜେଲକୁ ଶିଫ୍ଟ କରି ଦିଆଯାଇଛି। ପୀଡ଼ିତାକୁ ମଧ୍ୟ ଚିକିତ୍ସା ପାଇଁ ଏମ୍ସ ଅଣାଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲୁଛି। ଆହତ ପୀଡ଼ିତାର ଓକିଲକୁ ମଧ୍ୟ ଏମ୍ସ ଅଣାଯାଇଛି। ସେ ବର୍ତ୍ତମାନ କୋମା ରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.