Home Top News ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ – ଟିମ୍ ଇଣ୍ଡିଆର ବଢ଼ିଆ ଓପନିଂ – ଅଷ୍ଟ୍ରେଲିଆର ଦୁଇ ଓପନର...

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ – ଟିମ୍ ଇଣ୍ଡିଆର ବଢ଼ିଆ ଓପନିଂ – ଅଷ୍ଟ୍ରେଲିଆର ଦୁଇ ଓପନର ଆଉଟ

89

ନୂଆ ଦିଲ୍ଲୀ ୧୫-୧ (ଓଡ଼ିଆ ପୁଅ) ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ ବିସବ୍ରେନ ଗ୍ରାଉଣ୍ଡରେ ଖେଳାଯାଉଛି। ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଗୋଟିଏ ପରିବର୍ତ୍ତନ ଆଣିଥିବାବେଳେ ଟିମ୍ ଇଣ୍ଡିଆରେ ଚାରୋଟି ପରିବର୍ତ୍ତନ ହୋଇଛି। ଟି ନଟରାଜନ୍ ଡେବ୍ୟୁ କରିଛନ୍ତି।

ଶାରଦୁଲ ଠାକୁର ଭାରତକୁ ବହୁତ ବଡ଼ ସଫଳତା ଦେଇଛନ୍ତି। ମାର୍କସ୍ ହାରିସ୍ ପାଭିଲିୟନକୁ ଫେରିଛନ୍ତି। ହାରିସ୍ ପାଞ୍ଚ ରନ୍ କରି ଆଉଟ ହୋଇଛନ୍ତି। ଦୁଇଟି ୱିକେଟ୍ ହରାଇ ୧୮ ଓଭରରେ ଅଷ୍ଟ୍ରେଲିଆର ସ୍କୋର ୪୭ ରନ୍ ଅଟେ। ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ବହୁତ ଭଲ ଆରମ୍ଭ କରିଛି।

ଟି ନଟରାଜନ୍ ସିରାଜଙ୍କ ସହ ଶେଷ ଟେଷ୍ଟରେ ବୋଲିଂ ଆରମ୍ଭ କରିଥିଲେ। ମହମ୍ମଦ ସିରାଜ ପ୍ରଥମ ଓଭରରେ ଟିମ୍ ଇଣ୍ଡିଆକୁ ବଡ଼ ସଫଳତା ଦେଇଛନ୍ତି। ଡେଭିଡ ୱାର୍ନର ଏକ ରନ୍ କରି ୪ଟି ବଲ୍ ଖେଳି ପ୍ରଥମ ଓଭରରେ ପାଭିଲିୟନକୁ ଫେରିଛନ୍ତି।

ଭାରତ: ରୋହିତ ଶର୍ମା (ଭାଇସ କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (କ୍ୟାପଟେନ), ମାୟଙ୍କ ଅଗ୍ରୱାଲ, ଋଷଭ ପନ୍ତ, ୱାଶିଣ୍ଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଟି ନଟାରାଜନ ଏବଂ ନବଦୀପ ସୈନି।

ଅଷ୍ଟ୍ରେଲିଆ: ଡେଭିଡ ୱାର୍ନର, ମାର୍କସ ହାରିସ, ମାର୍ନୁସ ଲାବୁସେନ, ଷ୍ଟିଭ ସ୍ମିଥ, ମାଥ୍ୟୁ ୱେଡ, କାମେରନ ଗ୍ରୀନ, ଟିମ ପାଏନ (ଅଧିନାୟକ ତଥା ୱିକେଟକିପର), ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ନାଥାନ ଲିୟନ ଏବଂ ଜୋଶ ହାଜଲେଉଡ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.