Home ଓଡ଼ିଶା ଇ-ସିଗାରେଟ ଉପରେ ଲାଗିପାରେ ନିଷେଧାଦେଶ : କିଛି ସମୟ ପରେ କ୍ୟାବିନେଟ ନେବ ନିଷ୍ପତି

ଇ-ସିଗାରେଟ ଉପରେ ଲାଗିପାରେ ନିଷେଧାଦେଶ : କିଛି ସମୟ ପରେ କ୍ୟାବିନେଟ ନେବ ନିଷ୍ପତି

250

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ପ୍ରମୁଖ ବୈଠକ ହେଉଛି। ଏହି ବୈଠକରେ ଇଲେକ୍ଟ୍ରିକ ସିଗାରେଟ୍ ର ଆମଦାନୀ, ପ୍ରଡକ୍ସନ ଏବଂ ବିକ୍ରୀ ଉପରେ ବ୍ୟାନ ପାଇଁ ଅଧ୍ୟାଦେଶ ଉପରେ ବିଚାର ହୋଇପାରେ। ନିୟମ ଭାଙ୍ଗିବା ଉପରେ ଜେଲ ଦଣ୍ଡର ପ୍ରାବଧାନ ହୋଇପାରେ। ନିକଟରେ ଗ୍ରୁପ ଅଫ ମିନିଷ୍ଟର୍ସ (GoM), ଦ୍ଵାରା Prohibition of E Cigerettes Ordinance ୨୦୧୯ କୁ ଜାଞ୍ଚ କରାଯାଇଥିଲା। ଗ୍ରୁଫ ଅଫ ମିନିଷ୍ଟର୍ସ GoM, ଏଥିରେ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅଧ୍ୟାଦେଶକୁ ଆଜି କ୍ୟାବିନେଟ ସମ୍ମୁଖରେ ରଖାଯିବ। ଦ୍ୱିପ୍ରହର ୩ ଟା ସମୟରେ ଅର୍ଥ ମନ୍ତ୍ରୀ ଏବଂ ପ୍ରକାଶ ଜାଭଡ଼େକର କ୍ୟାବିନେଟ ପ୍ରେସ କନ୍ଫ୍ରେଂସ କରିବେ।

 

ନିୟମ ଭାଙ୍ଗିଲେ କାରାଦଣ୍ଡର ପ୍ରାବଧାନ ହୋଇପାରେ

ଏହି ଅଧ୍ୟାଦେଶରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଦ୍ୱାରା ପ୍ରଥମଥର ନିୟମର ଉଲ୍ଲଙ୍ଘନ କରିବା ଉପରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କାର ଜରିମାନାର ପ୍ରସ୍ତାବ ରଖାଯାଇଛି। ଅପରପକ୍ଷରେ ଅଧିକ ଥର ନିୟମ ଭାଙ୍ଗିଲେ ମନ୍ତ୍ରଣାଳୟ ୫ ଲକ୍ଷ ଟଙ୍କାର ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲଜଣ୍ଡର ପ୍ରସ୍ତାବ ପାଇଁ ଶୁପାରିସ୍ କରାଯାଇଛି।

 

ପ୍ରତିବନ୍ଧ ଲଗାଇବା ହେଉଛି ମୋଦୀ ସରକାରଙ୍କର ପ୍ରାଥମିକତା

ଇ-ସିଗାରେଟ, ହୀଟ-ନଟ-ବର୍ନ ସ୍ମୋକିଙ୍ଗ ଡିବାଇସେସ, ୱେପ ଆଣ୍ଡ ଇ-ନିକୋଟିନ ଫ୍ଲେବର୍ଡ ହୁକ୍କା ପରି ବୈକଳ୍ପିକ ଧୂମ୍ରପାନ ଉପକରଣ ଉପରେ ପ୍ରତିବନ୍ଧ ଲଗାଇବା ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନର ଆଜେଣ୍ଡାରେ ପ୍ରାଥମିକତା ଥିଲା।

ଯଦି ସରକାର ଏହି ଅଧ୍ୟାଦେଶ ଆଣନ୍ତି, ତେବେ ତାହାକୁ ସଂସଦର ଆସନ୍ତା ଅଧିବେଶନରେ ଏକ ବିଧେୟକ ସାଥିରେ ପ୍ରତିସ୍ଥାପିତ କରିବାକୁ ପଡ଼ିବ। ସଂସଦରେ ବିଲକୁ ମଞ୍ଜୁରୀ ମିଳିଲେ, ଏହାର ଉତ୍ପାଦନ ଉପରେ ପ୍ରସ୍ତାବିତ ପ୍ରତିବନ୍ଧକୁ ଆଇନଗତ ସମର୍ଥନ ମିଳିଯିବ।

 

ନ୍ୟୁୟର୍କରେ ବ୍ୟାନ ହୋଇଛି ଫ୍ଲେବର୍ଡ ଇ-ସିଗାରେଟ

 

ନ୍ୟୁୟର୍କର ଡୋମେଷ୍ଟିକ ଗଭର୍ନର କମ ବୟସର ଯୁବକମାନଙ୍କ ମଧ୍ୟରେ ଏହି ସିଗାରେଟ୍ କାରଣରୁ ବଢ଼ୁଥିବା ଶ୍ୱାସ, ତଥା ଫୁସ୍ ଫୁସ୍ ସମ୍ବନ୍ଧିତ ରୋଗ ଏବଂ ରୋଗୀଙ୍କର ସଂଖ୍ୟା ବଢ଼ୁଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରି ଜରୁରୀକାଳୀନ ଭିତ୍ତିରେ ବୈଠକ ଡକାଇ ଏଠାରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.