Home ଓଡ଼ିଶା ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା

ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା

244

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶନିବାର ସୂଚନା ଦେଇ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଖବର ସବୁ ମନଗଢ଼ା ଏବଂ ଏକ ଗୁଜବ। ସେ କହିଛନ୍ତି ଯେ ମୋର କୌଣସି ରୋଗ ହୋଇନାହିଁ।

ସୋସିଆଲ ମିଡିଆରେ ପ୍ରକାଶିତ ବାର୍ତ୍ତାରେ ଅମିତ ଶାହା ଲେଖିଛନ୍ତି, “ଗତ କିଛି ଦିନ ହେବ କିଛି ବନ୍ଧୁ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାସ୍ଥ୍ୟ ବିଷୟରେ ଅନେକ ରୋଚକ ଗୁଜବ ପ୍ରଚାର କରିଥିଲେ। ଏପରିକି ଅନେକ ଲୋକ ଟୁଇଟ୍ କରି ମୋ ମୃତ୍ୟୁ ପାଇଁ ପ୍ରାର୍ଥନା କରିଛନ୍ତି।”

ଶାହା ଆହୁରି ଲେଖିଛନ୍ତି, “ଦେଶ ବର୍ତ୍ତମାନ କରୋନା ପରି ଏକ ବୈଶ୍ୱିକ ମହାମାରୀ ସହ ଲଢ଼ୁଛି। ଦେଶର ଗୃହମନ୍ତ୍ରୀ ଭାବରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋ କାର୍ଯ୍ୟରେ ମୁଁ ବ୍ୟସ୍ତ ରହୁଥିବାରୁ ଏସବୁ ପ୍ରତି ଧ୍ୟାନ ଦେଇନଥିଲି। ଯେତେବେଳେ ଏହା ମୋର ଜ୍ଞାନକୁ ଆସିଲା, ମୁଁ ଭାବିଲି ଯେ ଏହି ସମସ୍ତ ଲୋକ ସେମାନଙ୍କର କାଳ୍ପନିକ ଚିନ୍ତାଧାରାକୁ ନେଇ ଆନନ୍ଦ ନେଉଛନ୍ତି। ତେଣୁ ମୁଁ କୌଣସି ସ୍ପଷ୍ଟୀକରଣ ଦେଲି ନାହିଁ।”

ସେ ଆହୁରି ଲେଖିଛନ୍ତି, “କିନ୍ତୁ ମୋର ପାର୍ଟି କର୍ମୀ ଏବଂ ମୋର ଶୁଭେଚ୍ଛୁମାନେ ଗତ ଦୁଇ ଦିନ ଧରି ମୋ ପାଇଁ ବହୁତ ଚିନ୍ତା ପ୍ରକଟ କରିଛନ୍ତି। ମୁଁ ସେମାନଙ୍କ ଚିନ୍ତାକୁ ଅଣଦେଖା କରିପାରିବି ନାହିଁ। ତେଣୁ ଆଜି ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୋର କୌଣସି ରୋଗ ନାହିଁ। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଏପରି ଗୁଜବ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ମଜବୁତ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ମୁଁ ଏପରି ସମସ୍ତ ଲୋକଙ୍କଠାରୁ ଆଶା କରୁଛି ଯେ ସେମାନେ ଏପରି ବ୍ୟର୍ଥ ବିଷୟ ଛାଡ଼ି ମୋତେ ମୋର କାମ କରିବାକୁ ଦେବେ ଏବଂ ସେମାନେ ମଧ୍ୟ ସେମାନଙ୍କର କାମ କରିବେ। ମୋ ହାଲଚାଲ୍ ବାବଦରେ ବୁଝୁଥିବା ଏବଂ ମୋ ପାଇଁ ଚିନ୍ତା କରିଥିବାରୁ ମୁଁ ମୋର ଶୁଭେଚ୍ଛୁ ଏବଂ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ଏହି ଗୁଜବ ପ୍ରଚାର କରିଥିବା ଲୋକଙ୍କ ପ୍ରତି ମୋର କୌଣସି ଦୁର୍ଭାବନା କିମ୍ବା ଦ୍ବେଷ ନାହିଁ। ଆପଣଙ୍କୁ ମଧ୍ୟ ଧନ୍ୟବାଦ।” – ଅମିତ ଶାହା /- ଦେବଦତ୍ତ ରଥ

ଜାଣନ୍ତି କି, ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.