Home ଓଡ଼ିଶା ଖୋଲୁନି ପଶୁଧନ ସହାୟକ କେନ୍ଦ୍ର ଚାଷୀ କ୍ଷତିଗ୍ରସ୍ତ

ଖୋଲୁନି ପଶୁଧନ ସହାୟକ କେନ୍ଦ୍ର ଚାଷୀ କ୍ଷତିଗ୍ରସ୍ତ

99

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୫-ଦେଶରେ ପଶୁଧନ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବାରୁ ସରକାରୀ ସ୍ତରରେ ପଶୁଧନ ବିଭାଗ ତରଫରୁ ବିଭିନ୍ନ ଗ୍ରାମ ପଂଚାୟତରେ ପଶୁଧନ ସହାୟକ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବଳଭଦ୍ରପୁର ଗ୍ରାମ ପଂଚାୟତ ଗାଁ ବାଣିକିଲୋଠାରେ ଏକ ପଶୁଧନ ସହାୟକ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ୨୫ହଜାର ଟଙ୍କା ବ୍ୟୟ ଅଟକଳରେ ରଣପୁର ବ୍ଲକ୍ ତରଫରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୭ ବର୍ଷ ବିତିଗଲାଣି ହେଲେ ବ୍ଲକ୍ କର୍ତ୍ତୁପକ୍ଷ ପଶୁଧନ ସହାୟକ କେନ୍ଦ୍ର କୋଠାକୁ ପଶୁଧନ ବିଭାଗକୁ ହସ୍ତାନ୍ତର କରୁନଥିବା ଅଭିଯୋଗ ହେଉଛି । ତେଣୁ ପଶୁଧନ ସହାୟକ କେନ୍ଦ୍ର ଖୋଲି ପାରୁନାହିଁ । ନିର୍ମାଣାଧିନ କୋଠାରେ ବିଦ୍ୟୁତ୍ ଓ ପାଣି ସଂଯୋଗ ଏଯାଏଁ ହୋଇନାହିଁ । କୋଠାର ରଙ୍ଗ ଫିକା ପଡିଯିବା ପରେ ଖାଲି ରଙ୍ଗଦିଆ କାର୍ଯ୍ୟ ଚାଲିଛି । ଯାହା ଫଳରେ ଗୋପାଳକ, ଛେଳି ମେଣ୍ଢା ପାଳକ, କୁକୁଡା ଚାଷୀ ମାନେ ବହୁ କ୍ଷତି ସହୁଛନ୍ତି ।

ଏ ସମ୍ପର୍କେ ବଳଭଦ୍ରପୁର ପଂଚାୟତ ପୁର୍ବତନ ସରପଂଚ ପୁର୍ଣ୍ଣଚନ୍ଦ୍ର ଜେନା ଅଭିଯୋଗ କରି କୁହନ୍ତି ଯେ ଛେଳି ମେଣ୍ଢା ଚାଷୀମାନେ ବହୁତ କ୍ଷତି ସହୁଛନ୍ତି । ପ୍ରଶାସନିକ ଇଛା ଶକ୍ତିର ଅଭାବ ଯୋଗୁଁ ଏହିଭଳି ବିଳମ୍ବ ହେଉଅଛି । ଅବସର ପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବେହେରା ଏହି ପଶୁଧନ ସହାୟକ କେନ୍ଦ୍ର କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି । ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୁଁ କରୋନା କାର୍ଯ୍ୟରେ ବ୍ୟସ୍ତ ରହିଅଛି । ବ୍ୟସ୍ତ ଦୂର ହେଲେ ଗୃହ ହସ୍ତାନ୍ତର ପାଇଁ ପଦକ୍ଷେପ ନିଆଯିବ । ଏ ସମ୍ପର୍କେ ରଣପୁର ବ୍ଲକ୍ ପଶୁଧନ ଅଧିକାରୀ ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଶୀଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୁଁ ଅଳ୍ପଦିନ ହେଲା ରଣପୁର ରେ କାର୍ଯ୍ୟଭାର ଗ୍ରହଣ କରିଅଛି । ପଶୁଧନ ସହାୟକ କେନ୍ଦ୍ର ଗୃହ ହସ୍ତାନ୍ତର ପାଇଁ ରଣପୁର ବ୍ଲକ୍ କୁ ଚିଠି ଲେଖାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.