Home Coronavirus Outbreak ନୟାଗଡ଼ରେ କରୋନା ପ୍ରବେଶ, କରଡ଼ା କ୍ୱାରେଂଟାଇନରେ ଥିବା ୧ ଯୁବକ ଆକ୍ରାନ୍ତ

ନୟାଗଡ଼ରେ କରୋନା ପ୍ରବେଶ, କରଡ଼ା କ୍ୱାରେଂଟାଇନରେ ଥିବା ୧ ଯୁବକ ଆକ୍ରାନ୍ତ

224

ନୟାଗଡ଼, ୯ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ପ୍ରଥମ ପ୍ରବେଶ କରିଥିବାବେଳେ ଓଡ଼ଗାଁ ବ୍ଳକ ଶରଣକୁଳ ନିକଟ କରଡ଼ା କ୍ୱାରେଂଟାଇନରେ ଥିବା ଜଣେ ୪୦ ବର୍ଷିୟ ଯୁବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ଯୁବକ ଜଣକ ଓଡ଼ଗାଁ ବ୍ଳକ ବଡ଼ପୁଟ ଗ୍ରାମର ହୋଇଥିବାବେଳେ ସେ ଗୁଜୁରାଟର ସୁରତରୁ ଫେରିଥିଲେ ଓ ତାଙ୍କୁ କରଡ଼ା କ୍ୱାରେଂଟାଇନରେ ରଖା ଯାଇଥିଲା। ଗ୍ରୀନ ଜୋନରେ ଥିବା ନୟାଗଡ଼ ଜିଲା ପଡ଼ୋଶୀ ଜିଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟ ଦିନକୁ ଦିନ ବଢୁଥିବାବେଳେ ନୟାଗଡ଼ ଜିଲା ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଥିଲା। ଶନିବାର ନୟାଗଡ଼ ଜିଲାରେ କରୋନା ସଂକ୍ରମଣ ହୋଇଥିବା ଜଣେ ଜଣାପଡ଼ିବା ପରେ ସାରା ଜିଲାରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ଗାଁ ବ୍ଳକ ଗଂଜାମ ଜିଲାର ସୀମାନ୍ତ ହୋଇଥିବାବେଳେ ଗଂଜାମବାସୀ କରୋନା ଭୟରେ ନୟାଗଡ଼ ଜିଲା ଗ୍ରୀନ ଜୋନ ଥିବାରୁ ଓଡ଼ଗାଁ ବ୍ଳକର ବନ୍ଧୁ ବାନ୍ଧବ ଗାଁ କୋମଣ୍ଡ, ସୁନାମୁହିଁ, ରୋହିବାଙ୍କ, ବାହାଡ଼ାଝୋଲା, ବେରୁଆଁବାରି, ଗୁମି, ଘଡ଼େଇବନ୍ଧ ଆଦି ପଂଚାୟତର ବିଭିନ୍ନ ଗାଁ ମାନଙ୍କୁ ପଶି ଆସିଆସିଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଥିଲା। ଏବେ ନୟାଗଡ଼ ଜିଲା ଖୋଦ୍ କରୋନା ସଂକ୍ରମଣ ଭାବେ ସ୍ଥାନ ପାଇଥିବାରୁ ଗଂଜାମରୁ ନୟାଗଡ଼ ଜିଲା ଭିତରକୁ ପଶି ଆସିଥିବା ଲୋକଙ୍କ ପ୍ରବେଶ ନେଇ ଜିଲାବାସୀ ବେଶୀ ଭୟଭିତ ହୋଇପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.