Home ଓଡ଼ିଶା କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମୁଁହାମୁହିଁ

କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମୁଁହାମୁହିଁ

177

ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) : କଂଗ୍ରେସ ଭବନରେ ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ। ଯୁବ କଂଗ୍ରସର ନୂଆ ସଭାପତି ସ୍ମୃତି ଲେଙ୍କାଙ୍କ ସଭାପତି ହେବା ଏବଂ ତାଙ୍କର ଯୋଗଦାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ମୁହାଁ ମୁହିଁ।

କୁହାଯାଉଛିଯେ, ଏହି ସଂଘର୍ଷରେ ମାରଣାସ୍ତ୍ର ବ୍ୟବହାର କରାଯାଇଥିଲା। ଯୋଜନାବଦ୍ଧ ଭାବେ ବିରୋଧୀ ଗୋଷ୍ଠୀ ପୂର୍ବରୁ ସଜାଗ ହୋଇ ରହିଥିବା ବେଳେ ସମର୍ଥନ କରୁଥିବା ଗୋଷ୍ଠୀ ମଧ୍ୟ ମୁହାଁମୁହିଁ ହୋଇଥିଲେ।

ପୋଲିସ୍ ସେଠାରେ ପହଁଚି ସଂଘର୍ଷକୁ ରୋକିବା ପାଇଁ ଲାଠିଚାର୍ଜ କରିଥିବା ଜଣାପଡ଼ିଛି। ଏହି ହିଂସାକାଣ୍ଡରେ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଛି ପୋଲିସ୍।

ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।

ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.