Home Top News ସରକାରୀ ଚାକିରୀ ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ!

ସରକାରୀ ଚାକିରୀ ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ!

211

ଭୁବନେଶ୍ୱର: ସରକାରୀ ଚାକିରୀ ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ନବୋଦୟ ବିଦ୍ୟାଳୟ ସମିତିରେ ଚାକିରୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଠାରେ ୭୫୦୦ରୁ ଅଧିକ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତ ହେବେ। NVSର ଏହି ପଦବୀ ପାଇଁ ଆବେଦନ କରିବାର ଯେଉଁ ପ୍ରାର୍ଥୀମାନଙ୍କର ଇଚ୍ଛା ଏବଂ ଯୋଗ୍ୟତା ଅଛି, ସେମାନେ ଶେଷ ତାରିଖ ପୂର୍ବରୁ ଉଲ୍ଲେଖିତ ଫର୍ମାଟରେ ଆବେଦନ କରି ପାରିବେ। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଟିଚିଂ ଓ ନନ୍- ଟିଚିଂ ପଦ ପୂରଣ ହେବ।
ପଦବୀ –
● ପିଜିଟି (କମ୍ପ୍ୟୁଟର-ସାଇନ୍ସ) – ୩୦୬ ପୋଷ୍ଟ
● ପିଜିଟି (ଫିଜିକାଲ ଏଜୁକେସନ) – ୯୧ ପୋଷ୍ଟ
● ପିଜିଟି (Modern India Language) – ୪୬ ଟି ପୋଷ୍ଟ
● ଟିଜିଟି(କମ୍ପ୍ୟୁଟର ସାଇନ୍ସ) – ୬୪୯ ପୋଷ୍ଟ
● ଟିଜିଟି (କଳା) – ୬୪୯ ପୋଷ୍ଟ
● ଟିଜିଟି(ଫିଜିକାଲ ଏଜୁକେସନ) – ୧୨୪୪ ପୋଷ୍ଟ
● ଟିଜିଟି (ମ୍ୟୁଜିକ୍) – ୬୪୯ ପୋଷ୍ଟ
● ଷ୍ଟାଫ୍ ନର୍ସ – ୬୪୯ ପୋଷ୍ଟ
● କ୍ୟାଟରିଂ ସୁପରଭାଇଜର – ୬୩୭ ପୋଷ୍ଟ
● ଅଫିସ୍ ଅଧୀକ୍ଷକ – ୫୯୮ ପୋଷ୍ଟ
● ଇଲେକ୍ଟ୍ରିସିଆନ୍/ ପ୍ଲମ୍ବର – ୫୯୮ ପୋଷ୍ଟ
● ମେସ୍ ହେଲପର – ୧୨୯୭ ପୋଷ୍ଟ
● ଆସିଷ୍ଟାଣ୍ଟ କମିଶନର – ୫୦ ଟି ପୋଷ୍ଟ
● ଆସିଷ୍ଟାଣ୍ଟ କମିଶନର (ଫାଇନାନ୍ସ) – ୨ ଟି ପୋଷ୍ଟ
● ଲିଗଲ ଆସିଷ୍ଟାଣ୍ଟ – ୧ ପୋଷ୍ଟ
● ଏଏସଓ – ୫୦ ଟି ପୋଷ୍ଟ
● ପର୍ସନାଲ ଆସିଷ୍ଟାଣ୍ଟ – ୨୫ ଟି ପୋଷ୍ଟ
● କମ୍ପ୍ୟୁଟର ଅପରେଟର – ୮ ଟି ପୋଷ୍ଟ
● ଷ୍ଟେନୋଗ୍ରାଫର୍ – ୪୯ ପୋଷ୍ଟ

କିଏ ଏବଂ କିପରି କରିବେ ଆବେଦନ –
ଏହି ପଦବୀ ପାଇଁ ଆବେଦନ କରିବାକୁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପୋଷ୍ଟ ଅନୁଯାୟୀ ଅଲଗା ରହିଛି। ଯେଉଁ ପଦବୀ ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ ସେ ସମ୍ବନ୍ଧରେ ସୂଚନା ପାଇବାକୁ ଆପଣ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ। ଆବେଦନ ଏବଂ ସବିଶେଷ ତଥ୍ୟ ଜାଣିବା ପାଇଁ ଆପଣ NVSର ଅଫିସିଆଲ୍ ୱେବସାଇଟ୍ ଯାଇପାରିବେ। ଏହାର ଅଫିସିଆଲ ୱେସାଇଟ୍ ହେଉଛି @navodaya.gov.in. ଏହି ପଦବୀ ଅନୁଯାୟୀ ଦରମା ମଧ୍ୟ ରହିଛି, କିନ୍ତୁ ବ୍ୟାପକ ଭାବରେ ଶିକ୍ଷାଦାନ ପାଇଁ ଦରମା ମାସକୁ ୪୪,୦୦୦ ରୁ ୧,୪୨,୦୦୦ ଟଙ୍କା ମଧ୍ୟରେ ମିଳିବି। ଅନ୍ୟାନ୍ୟ ବିବରଣୀ ପାଇଁ ସମୟ ସମୟରେ ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ ସବିଶେଷ ତଥ୍ୟ ପାଆନ୍ତୁ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.