Home ଜିଲ୍ଲା ପରିକ୍ରମା ବଳିଷ୍ଠ ବ୍ୟକ୍ତିତ୍ୱ ଓ ପ୍ରଗତିଶୀଳ ଚେତନାର ମଣିଷ ଥିଲେ ପ୍ରଫେସର ପ୍ରସନ୍ନ କୁମାର ବିଶ୍ୱାଳ, ପ୍ରଫେସର...

ବଳିଷ୍ଠ ବ୍ୟକ୍ତିତ୍ୱ ଓ ପ୍ରଗତିଶୀଳ ଚେତନାର ମଣିଷ ଥିଲେ ପ୍ରଫେସର ପ୍ରସନ୍ନ କୁମାର ବିଶ୍ୱାଳ, ପ୍ରଫେସର ପ୍ରସନ୍ନ ବିଶ୍ୱାଳଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା

27

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ନାଭାଲ୍ କମାଣ୍ଡର ତଥା ଇତିହାସ ବିଭାଗର ସୁନାମଧନ୍ୟ ପ୍ରଫେସର ଡ. ପ୍ରସନ୍ନ କୁମାର ବିଶ୍ୱାଳଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟକ ଭାବରେ ଯୋଗ ଦେଇଥିବା ବେଳେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଓ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତି ଚାରଣ କରିଥିଲେ । ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଭୟ କୁମାର ଦାସ ମଞ୍ଚାସୀନ ଅତିଥି ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସମବେତ ହୋଇଥିବା ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଓ ବିଦ୍ୱାନମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ବିଶେଷ ଅତିଥି ଭାବରେ ମଞ୍ଚାସୀନ ହୋଇ ଥିବା ପ୍ର. ମନୋଜ ସ୍ୱାଇଁ, ପ୍ର. ପ୍ରଭାତ କୁମାର ମହାନ୍ତି, ପ୍ର. ରମେଶ ଦାସ, ପ୍ର. ଅଜିତ କୁମାର ଦାସ, ପ୍ର. ଦୁର୍ଗା ଶଙ୍କର ଦାସ, ପ୍ର. ଅମର ଦାସ, ଅଧିବକ୍ତା ଗଦାଧର ବଳ, ମନୋରଞ୍ଜନ ଦାସ, ଡା. ରବୀନ୍ଦ୍ର କୁମାର ନାୟକ, ମଣିଭଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଶାସକ ପଦ୍ମନ୍ ରାୟ ପ୍ରମୁଖ ଡ. ପ୍ରସନ୍ନ ବିଶ୍ୱାଳଙ୍କ ବ୍ୟକ୍ତିତ୍ୱ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇ ଶ୍ରଦ୍ଧା ଜ୍ଞାପନ କରିଥିଲେ । ଦୀର୍ଘ ଚାରିଘଣ୍ଟା ବ୍ୟାପୀ ଉକ୍ତ ସଭାରେ ପ୍ର. ଝରଣା ପଟ୍ଟନାୟକ, ପ୍ର. ରାଧାରାଣୀ ମହାପାତ୍ର, ପ୍ର. ସୁଚିତ୍ରା ପାଣିଗ୍ରାହୀ, ପ୍ର. ସୁକାନ୍ତି ମହାପାତ୍ର,ପ୍ର. ପ୍ରଭାତ ନଳିନୀ ମହାପାତ୍ର, ଡା. ହରେକୃଷ୍ଣ ନାୟକ, ପ୍ର. ଅଜୟ ପାଢ଼ୀ, ରୂପକ ରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ବିଶ୍ୱାଳଙ୍କ ସହଧର୍ମିଣୀ ଅବସରପ୍ରାପ୍ତ ପ୍ରଫେସର ଉତ୍ପଳା ନାୟକଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକା ଗ୍ରନ୍ଥ ‘ସ୍ମୃତିରେ ତୁମେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଶେଷରେ ତାଙ୍କର ଏକମାତ୍ର କନ୍ୟା ଅଧ୍ୟାପିକା ନମ୍ରତା ବିଶ୍ୱାଳ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ଅତିଥି ଅଭ୍ୟାଗତ ମାନଙ୍କୁ ପଙ୍‌କ୍ତି ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.