Home ଓଡ଼ିଶା ପୂଜା ବଜାର: ଆଜି ପୁଣି ବଢ଼ିଲା ସୁନା ଦର

ପୂଜା ବଜାର: ଆଜି ପୁଣି ବଢ଼ିଲା ସୁନା ଦର

796

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗତ ସପ୍ତାହରେ କ୍ରମାଗତ ଭାବେ ଶେଷ ଚାରି ଦିନ ସୁନାର ଦର ଖସୁଥିଲା। କିନ୍ତୁ ଚଳିତ ସପ୍ତାହରେ କ୍ରମାଗତ ଭାବେ ତିନିଦିନ ହେବ ବଢ଼ୁଛି ସୁନା ଦର।

ସୋମବାରଦିନ ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦର ୧୩୦ ଟଙ୍କା ବଢ଼ିକରି ୩୮,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା ବେଳେ ମଙ୍ଗଳବାରଦିନ ପୁଣି ୩୨୦ ଟଙ୍କା ବଢ଼ି ୩୯,୦୨୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଥିଲା ଆଜି ବୁଧବାରଦିନ ପୁଣି ସୁନାର ଦର ୧୬୨ ଟଙ୍କା ବଢ଼ିକରି ୩୯,୧୮୨ ଟଙ୍କା ହୋଇଛି। ସୂଚନାମତେ, ଶନିବାରଦିନ ୨୪ କ୍ୟାରେଟ ସୁନାର ଦର ୩୮,୫୬୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା।

ସେହିପରି ରୁପାର ଦର ମଧ୍ୟ ବଢ଼ିଛି। ରୁପାର ଦର ସୋମବାର ଦିନ ୯୦୦ ଟଙ୍କା ବଢ଼ି ୪୭,୯୯୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଥିଲା ବେଳେ ମଙ୍ଗଳବାର ଦିନ ପୁଣି କିଲୋଗ୍ରାମ ପ୍ରତି ୭୩୦ ଟଙ୍କା ବଢ଼ି ୪୮, ୭୨୦ ଟଙ୍କା ହୋଇଥିବା ବେଳେ ଆଜି ବୁଧବାରଦିନ ରୁପାର ଦର ୯୫ଟଙ୍କା ବଢ଼ି ୪୮, ୮୧୫ ଟଙ୍କା ପ୍ରତି କିଲୋ ହୋଇଛି।

ସୂଚନାଯୋଗ୍ୟଯେ, ଗତ ସପ୍ତାହରେ ଶନିବାରଦିନ ରୁପା ୪୭,୦୯୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.