Home ଆନ୍ତର୍ଜାତୀୟ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ଲୋବାଲ ଗୋଲକିପର ପୁରସ୍କାର’

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ଲୋବାଲ ଗୋଲକିପର ପୁରସ୍କାର’

412

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁୟର୍କରେ ୨୪ ସେପ୍ଟେମ୍ବର, ୨୦୧୯ରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ ହୋଇଥିଲା।

ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ ଦୈନଦିନ ଜୀବନର ଏକ ଅଂଶବିଶେଷ ଭାବେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ।

“ଭାରତର ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି। ସେମାନେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିଦେଲେ ଯାହାଫଳରେ କି ଇପ୍ସିତ ଫଳ ମିଳିଲା, ” ବୋଲି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ଗ୍ରହଣ କରିବା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ମୁହୂର୍ତ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରମାଣ ଯେ ଯେତବେଳେ ୧୩୦ କୋଟି ଭାରତୀୟ ଶପଥ ନିଅନ୍ତି, ସେତବେଳେ ଯେକୌଣସି ଆହ୍ୱାନର ସମାଧାନ କରିହେବ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରଣ କରିବାରେ ଭାରତ ଅନେକ ପ୍ରଗତି କରିଥିବା ସେ ପ୍ରକାଶ କରିଥିଲେ।

“ଗତ ୫ ବର୍ଷ ମଧ୍ୟରେ ୧୧ କୋଟିରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି ଯାହାକି ଏକ ରେକର୍ଡ। ଏହି ମିଶନ ବିଶେଷକରି ଦେଶରେ ଗରିବ ଓ ମହିଳାମାନଙ୍କୁ ଲାଭ ପ୍ରଦାନ କରିଛି, ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟଗତ ଲାଭ ସହିତ, ୧୧ କୋଟି ପାଇଖାନାର ନିର୍ମାଣ ଦ୍ୱାରା ଗ୍ରାମାଂଚଳରେ ଅର୍ଥନୈତିକ କାର୍ଯ୍ୟଧାରାକୁ ବଳ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିଶ୍ୱବ୍ୟାପୀ ସ୍ୱଚ୍ଛତା କଭରେଜ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟ ଦେଶମାନଙ୍କ ସହ ଭାରତ ଏହାର ବିଶେଷଜ୍ଞତା ଓ ଅନୁଭବ ବାଂଟିବା ପାଇଁ ପ୍ରସ୍ତୁତ ଅଛି ଯାହାଫଳରେ ସ୍ୱଚ୍ଛତା କଭରେଜ କ୍ଷେତ୍ରରେ ଏକ ସାମଗ୍ରୀକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ।

ଫିଟ ଇଣ୍ଡିଆ ଓ ଜଳ ଜୀବନ ମିଶନ ଆଦି ଆନ୍ଦୋଳନ ମାଧ୍ୟମରେ ମିଶନ ମୋଡରେ ପ୍ରତିଶେଧକ ସ୍ୱାସ୍ଥ୍ୟସେବା ଦିଗରେ ଭାରତ ପଦକ୍ଷେପ ଗ୍ରହଣ କରୁଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.