Home ଓଡ଼ିଶା କମିଲା ସୁନା ଏବଂ ରୁପା ଦର , ଜାଣନ୍ତୁ ନୂଆ ରେଟ୍

କମିଲା ସୁନା ଏବଂ ରୁପା ଦର , ଜାଣନ୍ତୁ ନୂଆ ରେଟ୍

992

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଅଶୌଧିତ ତୈଳର ଦାମ ବଢ଼ୁଥିବା ବେଳେ ସୁନାର ମୂଲ୍ୟରେ ହ୍ରାସ ହୋଇଛି। ଦିଲ୍ଲୀ ସର୍ରାଫା ବଜାରରେ ମଙ୍ଗଳବାରଦିନ ସୁନାର ମୂଲ୍ୟ ୧୫୦ ଟଙ୍କା କମ ହୋଇ ୩୮,୯୦୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ସେହିପରି ସୁନା ସହିତ ରୁପାର ମୂଲ୍ୟ ୨୯୦ ଟଙ୍କା କମ ହୋଇ ୪୮,୦୨୮ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ଏଚଡିଏଫସି ସିକ୍ୟୁରିଟିଜ୍ ଅନୁସାରେ, କମ ଡିମାଣ୍ଡ କାରଣରୁ ମୂଲ୍ୟ ହ୍ରାସ ହୋଇଛି।

ଏଚଡିଏଫସି ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲ ଗଣମାଧ୍ୟମକୁ କହିଛନ୍ତିଯେ ଜିଓ ପଲିଟିକାଲ ରିସ୍କ ବଢ଼ିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆମେରିକା ଏବଂ ଚୀନ ମଧ୍ୟରେ ଟ୍ରେଡ ବାର୍ତାରେ ଡେଭଲପମେଣ୍ଟ ଏବଂ ଆମେରୀକାର ଏଫଓଏମସି ରେଟ ନିଷ୍ପତିର କାରଣରୁ ସୁନାର ରେଟ୍ସ ଏକ ପରିଧି ମଧ୍ୟରେ କାରୋବାର କରୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.