Home ଓଡ଼ିଶା ବଢ଼ିଲା ସୁନା ଓ ରୂପା ଦର

ବଢ଼ିଲା ସୁନା ଓ ରୂପା ଦର

276

ନୂଆଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଗୁରୁବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର ୨୩୨ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୦, ୧୮୪ ଟଙ୍କା ହୋଇଛି। ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୪୯, ୯୫୨ ଟଙ୍କା ବନ୍ଦ ହୋଇଯାଇଥିଲା।

HDFC ସିକ୍ୟୁରିଟିଜ୍ ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଘରୋଇ ବଜାରରେ ସୁନା ଦରକୁ ବଢ଼ାଇଛି।

ରୂପା ମଧ୍ୟ ଗୁରୁବାର ଦିନ କିଲୋଗ୍ରାମ ପିଛା ୫୨, ୯୩୦ ଟଙ୍କା ହୋଇଛି ଅର୍ଥାତ୍ ୧, ୨୭୫ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ ବୁଧବାର ଦିନ ରୂପା କିଲୋଗ୍ରାମ ପିଛା ୫୧, ୬୫୫ ଟଙ୍କା ଥିଲା।

ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ସହିତ ସୁନା ଆଉନ୍ସ ପ୍ରତି ୧, ୮୧୩ ଡଲାରରେ ପହଞ୍ଚିଛି ଏବଂ ରୂପା ଆଉନ୍ସ ପ୍ରତି ୧୮.୯୪ ଡଲାରରେ ପହଞ୍ଚିଛି।

ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ହେତୁ ଅର୍ଥନୀତିର ଚିନ୍ତା ହେତୁ ନିବେଶକମାନେ ସୁରକ୍ଷିତ ପୁଞ୍ଜି ବିନିଯୋଗ ପାଇଁ ସୁନାରେ ଟଙ୍କା ବିନିଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.