Home ଅପରାଧ ଗୋଳବାଇ ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର? ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ..

ଗୋଳବାଇ ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର? ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ..

789

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଜଣେ ଯୁବତୀଙ୍କ ମୃତ୍ୟୁ ଏବଂ ଏହାପରେ ଦରପୋଡ଼ା ଛାଡ଼ି ଆସିଥିବା ତାଙ୍କ ଶବର ହାଡ଼କୁ କୁକୁର ନେଇ ଏଣେ ତେଣେ ପକାଇବା ଅଭିଯୋଗ ଘଟଣା ରହସ୍ୟ ଭିତରେ ରହିଛି। ବହୁ ବିଳମ୍ବରେ ପୋଲିସ୍ ହାଡ଼ ଏବଂ ପାଉଁଶ ଜବତ କରି ପରୀକ୍ଷା ପାଇଁ ପଠାଇଛି। ଟେଷ୍ଟିଂ ରିପୋର୍ଟ ତ’ ଏ’ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ପ୍ରାଥମିକ ସୂଚନାରୁ ଜବତ ହାଡ଼ ଗୁଡ଼ିକ କୁଆଡ଼େ ପଶୁର ବୋଲି କୁହାଯାଉଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ ସନ୍ଦେହ ଏବଂ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି –

● ଯଦି ସଂପୃକ୍ତ ଯୁବତୀଙ୍କ ସ୍ଵାଭାବିକ ମୃତ୍ୟୁ ଘଟିଥିଲା, ତେବେ ଗାଁ’ ଲୋକଙ୍କୁ ନ’ଜଣାଇ ଳୁଚାଛପାରେ ଶବଦାହ କରିବାର କାରଣ କ’ଣ?
● ଶବକୁ ତରବରିଆ ଭାବରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଛାଡ଼ି ଆସିବାର କାରଣ କ’ଣ?
● ସ୍ଥାନୀୟ ସରପଞ୍ଚଙ୍କ ଘର ଅତି ନିକଟରେ ଏହା ଘଟିଥିବା ବେଳେ ସରପଞ୍ଚ ଏ’ ନେଇ ଅବଗତ ଥିଲେ ନାଁ, ନାହିଁ?
● ଏପ୍ରିଲ ୪ ତାରିଖରେ ଏ’ ଘଟଣା ଘଟିଥିବା ବେଳେ ଏହାପରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ୍ ପକ୍ଷରୁ କି ପଦକ୍ଷେପ ନିଆ ଯାଇଥିଲା?
● ଏହାପରେ ଏପ୍ରିଲ ୯ ତାରିଖରେ ଏଣେତେଣେ ହାଡ଼ ପଡ଼ିଥିବା ଦେଖି ଗ୍ରାମବାସୀ ପୁନଃ ଅଭିଯୋଗ କରିବା ପରେ ପୋଲିସ୍ କି ପଦକ୍ଷେପ ନେଇଥିଲା?
● ଏପ୍ରିଲ ୧୩ ତାରିଖରେ କେଉଁ ପରିସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିଲା?
● ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲରେ ନିଆଁ ଲାଗିବା ଆଉ ପ୍ରାୟୋଜିତ ନୁହେଁ ତ’ ?
● ଏତେ ଦିନ ପରେ ଯାଇ ପୋଲିସ୍ କାହିଁକି ହାଡ଼ ଜବତ କଲା ?
● ଏତେ ଦିନ ପରେ ପୋଲିସ୍ ଜବତ କରିଥିବା ହାଡ଼ ଯେ’ ସେହି ହାଡ଼ ବୋଲି କିପରି କୁହାଯାଇ ପାରିବ ?
● ହାତ, ମୁଣ୍ଡ ଏବଂ ଅନ୍ୟାନ୍ୟ ହାଡ଼ (ମଣିଷର) ବୋଲି ଗ୍ରାମବାସୀଙ୍କ ଅଭିଯୋଗ କ’ଣ ମିଛ ?
● ପ୍ରାୟ ୨୫ ଜଣ ଜଣ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କ’ଣ ଭିତ୍ତିହୀନ ?
● ମୋଟା ଅଙ୍କରେ ଅର୍ଥ କାରବାର ହୋଇ ଘଟଣାଟିକୁ ଚାପିଦିଆ ଯାଉନି ତ’ ?
ସାଧାରଣରେ ଏବେ ଏହିପରି କିଛି ପ୍ରଶ୍ନ ଉଙ୍କି ମାରୁଛି ଏବଂ ପ୍ରକୃତ ତଥ୍ୟ ଉନ୍ମୋଚନ ନେଇ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି। -ଦେବଦତ୍ତ ରଥ

ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.