Home ଓଡ଼ିଶା ରଣପୁର ପ୍ରଶାସନ ମାସ୍କ ପିନ୍ଧାଇ ସଚତେନତା କଲା

ରଣପୁର ପ୍ରଶାସନ ମାସ୍କ ପିନ୍ଧାଇ ସଚତେନତା କଲା

218

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୪-ସାରା ରାଜ୍ୟରେ ଲକ୍‌ଡାଉନ୍ ର ସାମାନ୍ୟ କୋହଳ ପରେ ସାମାଜିକ ଦୁରତ୍ୱ ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତା ମୁଳକ କରାଯାଇଅଛି । ମାସ୍କ ନପିନ୍ଧିଲେ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ କଡା କଡି ଭାବେ ପାଳନ କରାଯାଇ ଅନ୍ୟ ଥାନା ଅଂଚଳରେ ଚେକିଙ୍ଗ ଆରମ୍ଭ ହୋଇ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଉଥିବା ବେଳେ ରଣପୁର ମାସ୍କ ଚେକିଙ୍ଗ ଆରମ୍ଭ କରିନାହିଁ । ମାସ୍କ ଚେକିଙ୍ଗ ଆରମ୍ଭ ପୁର୍ବରୁ ପ୍ରଶାସନ ତରଫରୁ ଏପ୍ରିଲ୍ ୨୧ ତାରିଖ ୧୦ଘଟିକା ସମୟରେ ରଣପୁର ଥାନା ସାମନାରେ ମାସ୍କ ପିନ୍ଧା ସଚେତନତା କାର୍ଯ୍ୟ କରାଯାଇଥିଲା ।

ରଣପୁର କୋଭିଡ୍‌-୧୯ ନୋଡାଲ ଅଫିସର ତଥା ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା. ବୈଦ୍ୟନାଥ ନନ୍ଦ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିଥିଲେ । ବିଜୁ ଜନତା ଦଳର ଯୁବନେତା ସ୍ୱର୍ଣ୍ଣପ୍ରକାଶ ରାଉତରାୟ ଏହି ସଚେତନା ପାଇଁ ୫୦୦ମାସ୍କ ଯୋଗାଇ ଦେଇଥିଲେ । ମାସ୍କ ପିନ୍ଧାଇବା ସହ ମାସ୍କର ଉପକାରିତା ସମ୍ପର୍କେ ପ୍ରଶାସକମାନେ ଲୋକମାନଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ମାସ୍କ ନପିନ୍ଧିଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସତର୍କ କରାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.