Home Coronavirus Outbreak ରାଜ୍ୟରେ ଦ୍ୱିତୀୟ କରୋନା ସମ୍ପର୍କୀତ ମୃତ୍ୟୁ – ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର କ୍ୟାନସରରେ ମୃତ୍ୟୁ

ରାଜ୍ୟରେ ଦ୍ୱିତୀୟ କରୋନା ସମ୍ପର୍କୀତ ମୃତ୍ୟୁ – ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର କ୍ୟାନସରରେ ମୃତ୍ୟୁ

600

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରୁ ଆସିଥିବା ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସୂଚନାମତେ ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ପ୍ରଥମେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ବର କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କରୋନା ଚିକିତ୍ସିତ ହେଉଥିବା ରାଜ୍ୟର ୪୪ ନମ୍ବର କରୋନା ପଜେଟିଭ ବ୍ୟକ୍ତି ସୁସ୍ଥ ହହୋଇସାରିଥିଲେ। ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେ କରୋନା କବଳରୁ ସମ୍ପୂର୍ଣ ଭଲ ହେବା ପରେ ମଧ୍ୟ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ବୋଲି ଜଣାପଡ଼ିଛି। ତେଣୁ ତାଙ୍କର ମୃତ୍ୟୁ ଅନ୍ୟ କୌଣସି ରୋଗ ପାଇଁ ଘଟିଥାଇପାରେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛିଯେ, ଉକ୍ତ ବ୍ୟକ୍ତିଙ୍କର କ୍ୟାନସରରେ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। କରୋନା କାରଣରୁ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.