Home ଓଡ଼ିଶା ତମେ ଆମକୁ ରକ୍ତ ଦିଅ, ଆମେ ତମକୁ ଭାଷଣ ଦେବୁ!

ତମେ ଆମକୁ ରକ୍ତ ଦିଅ, ଆମେ ତମକୁ ଭାଷଣ ଦେବୁ!

882

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଦେଶରେ ବିଜେପି ପାଳନ କରୁଛି ସେବା ସପ୍ତାହ।ରକ୍ତ ଦାନ, ସଫେଇ ଅଭିଯାନ, ମେଡିକାଲରେ ଫଳ ବଣ୍ଟନ, ଦୀପ ଦାନ ଆଦି ସମେତ ସିଙ୍ଗିଲ୍ ୟୁଜ ପ୍ଲାଷ୍ଟିକ ବର୍ଜନ କରିବାର ସଂକଳ୍ପ ଆଦି କାର୍ଯ୍ୟକ୍ରମ କରାଯାଉଛି।ବିଜେପିର ଉପରଠାରୁ ତଳ ଯାଏଁ କାର୍ଯ୍ୟକର୍ତ୍ତା ଏଥିରେ ଅଂଶ ଗ୍ରହଣ କରୁଛନ୍ତି।ତେବେ, ଏଠି ରକ୍ତଦାନ କାର୍ଯ୍ୟକ୍ରମ ବେଳେ ଗୋଟେ କଥା ଦେଖିବାକୁ ମିଳୁଛି, କେବଳ ତଳ ସ୍ତରର କାର୍ଯ୍ୟକର୍ତ୍ତା, କର୍ମୀ ରକ୍ତ ଦାନ କରୁଛନ୍ତି।ଆଉ ବଡ଼ ବଡ଼ ନେତା କେବଳ ଉପସ୍ଥିତ ରହୁଛନ୍ତି, ଉଦ୍ଘାଟନ କରୁଛନ୍ତି କିମ୍ବା ଭାଷଣ ଦେଉଛନ୍ତି।ଯେପରି ସେମାନେ କହୁଛନ୍ତି, ତମେ ଆମକୁ ରକ୍ତ ଦିଅ, ଆମେ ତମକୁ ଭାଷଣ ଦେବୁ।ସଫେଇ ଅଭିଯାନ, ମେଡିକାଲରେ ଫଳ ବଣ୍ଟନ, ଦୀପ ଦାନ ଆଦି ସମେତ ସିଙ୍ଗିଲ୍ ୟୁଜ ପ୍ଲାଷ୍ଟିକ ବର୍ଜନ କରିବାର ଶପଥ ଆଦି କାର୍ଯ୍ୟକ୍ରମରେ ବଡ଼ ବଡ଼ ନେତା ରହୁଛନ୍ତି।ନିଜେ ସଫେଇ କରୁଛନ୍ତି, ଫଳ ବାଣ୍ଟୁଛନ୍ତି, ଶପଥ କରୁଛନ୍ତି।କିନ୍ତୁ, ରକ୍ତଦାନ ବେଳେ ଏମାନେ କେବଳ ଉପସ୍ଥିତ ରହୁଛନ୍ତି।କୌଣସି ବଡ଼ ନେତା ନିଜେ ରକ୍ତଦାନ କରିବାର ସାଧାରଣତଃ ଦେଖା ଯାଆନ୍ତି ନାହିଁ।ଅବଶ୍ୟ ଶପଥ ନେବା ସୁବିଧା କଥା।ସଫେଇ କରି କିମ୍ବା ଫଳ ବଣ୍ଟନ କରି ଫଟୋ ଉଠାଇବା ବି ସୁବିଧା କଥା।କିନ୍ତୁ, ଛୁଞ୍ଚି ଫୋଡ଼ି ଫଟୋ ଉଠାଇ ତ’ ଆଉ ରକ୍ତ ଦାନ କରିବା ଦେଖାଇ ହେବନି?ଏପରି ଆଚରଣ ଯେ କେବଳ ବିଜେପି କ୍ଷେତ୍ରରେ ନୁହେଁ।ସବୁ ଦଳରେ ସେହି ଏକା କଥା।ତମେ ଆମକୁ ରକ୍ତ ଦିଅ, ଆମେ ତମକୁ ଭାଷଣ ଦେବୁ!//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.